Odisha news

ପୋକ୍ସୋ କୋର୍ଟର ରାୟ : ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଦଶ ବର୍ଷ କାରା ଦଣ୍ଡାଦେଶ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ ଦାଖଲ ଏକ ମାମଲାର ବିଚାର କରି ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟର ବିଚାରପତି ଭାସ୍କର ସାହୁ ଅଭିଯୁକ୍ତକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଫିରିଙ୍ଗିଆ ଥାନାରେ ଗତ ୨୦୧୬ରେ ଦାଖଲ ମାମଲାରେ ଫିରିଙ୍ଗିଆ ଥାନା ବିଲୁପଦର ଗ୍ରାମର କୃଷିଆ ଦିଗାଲ ଙ୍କ ପୁଅ ଅଭିଯୁକ୍ତ ଜୟ ଦିଗାଲ ଙ୍କୁ ଦଶ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ଦଶ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ସେହିପରି ଜୋରିମାନା ଅନାଦେୟ ଅଧିକ ଛଅ ମାସ ଜେଲ ଦଣ୍ଡ ଭୋଗିବାକୁ ନିର୍ଦେଶ ଦେଇଛନ୍ତି। ଜୋରିମାନା ଆଦାୟ ହେଲେ ନାବାଳିକା ପୀଡିତାଙ୍କୁ କ୍ଷତି ପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି।ଏଥିରେ ସରକାରୀ ଓକିଲ ଅସୀମ ପ୍ରହରାଜ ପରିଚାଳନା କରୁଥିଲେ l

Comments are closed.