୫ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଚାଲାଣ ଘଟଣାରେ ପୁଣି ଜଣେ କୋର୍ଟ ଚାଲାଣ :ଗିରଫ ସଂଖ୍ୟା ଦୁଇ ହେଲା ରାଜ୍ୟ By On Mar 16, 2021 Share ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଚଳିତ ମାସ ୧୨ ତାରିଖ ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ବାଲିଗୁଡା ଠାରୁ ସିନ୍ଦ୍ରିଗାଁ ରାସ୍ତାରେ ପୁଲିସ ବିଭାଗ ତରଫରୁ ଏସ ଆଇ ରଚିତା ମାଡ଼କାମୀ ଙ୍କ ସହ ସଦଳ ବଳ ପାଟ୍ରୋଲିଂ କରୁଥିବା ସମୟ ରେ ସିନ୍ଦ୍ରିଗାଁ ବ୍ରିଜ ନିକଟରେ ଯାଞ୍ଚ ସମୟରେ ଗଞ୍ଜେଇ ଧରି ଗାଡିକୁ ଅପେକ୍ଷା କରିଥିବା ସମୟରେ ମୋହନଗିରି ଅଞ୍ଚଳର ବପିତା ମାଝୀ ଧରାପଡ଼ିଥିଲା l ସେଥିରୁ ୧୦୩ କେଜି ୫୦୦ ଗ୍ରାମ ଗଂଜେଇ ଜବତ ହୋଇଥିଲା l ଏ ନେଇ ଥାନାରେ ଏକ ମାମଲା ନଂ.୪୭/୨୧ ରେ ରୁଜୁ କରି ବାଲିଗୁଡା ସୁନାପାଙ୍ଗା ସାହିରେ ରହୁଥିବା ମୋହନଗିରି ଅଞ୍ଚଳର ବପିତା ମାଝୀଙ୍କୁ ଉକ୍ତ ଦିନ ଗିରଫ କରି କୋର୍ଟ ଚାଲାଣ କରିଥିଲେ l ହେଲେ ଏହି ଘଟଣାରେ ସଂଶ୍ଲିଷ୍ଟ ଅନ୍ୟ ଅଭିଯୁକ୍ତ ମୋହନଗିରି ଅଞ୍ଚଳର ବିଜୟ ମାଝୀଙ୍କୁ ଆଜି ମଙ୍ଗଳବାର ଦିନ ବାଲିଗୁଡା ଏସଡିପିଓ ମନୋଜ କୁମାର ପୂଜାରୀ ଓ ପୋଲିସ ସଦଳବଳ ପାଟ୍ରୋଲିଂ କରୁଥିବା ସମୟରେ ଶ୍ରୀ ପୂଜାରୀ ଚତୁରତାର ସହ କାବୁ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ କେହି ଏ ଘଟଣାରେ ସଂଶ୍ଲିଷ୍ଟ ଅଛନ୍ତି ସେ ନେଇ ଏସଆଇ ରବିନ୍ଦ୍ର ମୁଣ୍ଡାରୀ ତଦନ୍ତ ଭାର ଗ୍ରହଣ କରିଥିବା ବିଷୟ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ପ୍ରଦାନ କରିଛନ୍ତି l Share
Comments are closed.