Odisha news

କଣା ଗାଁ ଆଶା ଦିଦିଙ୍କ ଘରେ ମଦ କୋଠି , ଟଙ୍କା ଫେରସ୍ତ କଲେ କୋଠି ବନ୍ଦ କରିବି :- ଆଶା ଦିଦି

ନର୍ଲା – ନର୍ଲା ଥାନା ଅନ୍ତର୍ଗତ ଉଲିକୁପା କଣା ଗାଁ ରେ ଚୋରା ମଦ ବିକ୍ରି ଙ୍କୁ ବିରୋଧ କରି କଲେଜ ପଢୁଆ ଯୁବକ ଛାତ୍ର ମାନେ ଅଭିଯୋଗ  ଅନୁସାରେ ଉକ୍ତ ଗ୍ରାମ ର ଦୈତାରୀ ସା ନାମକ ବ୍ୟକ୍ତି ଙ୍କ ସ୍ତ୍ରୀ ସରୋଜିନୀ ସା ଆଶା ଦିଦି ହୋଇ ଦୀର୍ଘ ଦିନ ଧରି କଣା ଗାଁ ମୁଖ୍ୟ ରାସ୍ତା ଉପରେ ଚୋରା ମଦ ବିକ୍ରି କରି ଆସୁଛନ୍ତି । ଯାହାଦ୍ୱାରା ଗ୍ରାମର କଲେଜ ପଢୁଆ ଯୁବକ ମାନଙ୍କ ଠାରୁ ଆରମ୍ଭ କରି ଅନ୍ୟ ମାନେ ଦିନକୁ ଦିନ ମଦ୍ୟପ ହୋଇଥିବା ସହିତ ସେମାନଙ୍କ ଘରେ ଓ ଗାଁ ରେ ବିଭିନ୍ନ ବିସୃଙ୍ଖଳା ସୃଷ୍ଟି କରୁଛନ୍ତି । ଆହୁରି ମଧ୍ୟ ମଦ୍ୟପ ସ୍ଵାମୀ ମାନେ କିଛି କାମ  ଧନ୍ଧା ନ କରି ମଦ ପି ନିଜ ସ୍ତ୍ରୀ ମାନଙ୍କୁ ମାର ପିଟ କରୁଥିବା ଆମ ଗଣ ପ୍ରତିନିଧି  ଙ୍କୁ ଜଣାଇ ଛନ୍ତି ।

ପ୍ରକାଶ ଥାଉକି ଯେ ଆଶା କର୍ମୀ ନିଜେ ଆମ ଗଣ ପ୍ରତିନିଧି ଙ୍କୁ ଜଣାଇ ଛନ୍ତି ଯେ ଗାଁ ରେ ମିଟିଂ କରି ସରପଞ୍ଚ ଙ୍କ  ଉପସ୍ଥିତି ରେ ଗାଁ ବାଲା ଙ୍କୁ ୧୦ ହଜାର ତାଙ୍କ ଓ ପୁଲିସ ଙ୍କୁ ଟଙ୍କା ଦେଇଛୁ  ସେଥିପାଇଁ ଦେଶୀ ବିଦେଶୀ ମଦ ବିକ୍ରି କରୁଛୁ । ଯଦି ଆମର ଟଙ୍କା ଫେରସ୍ତ କରି ଦେବେ ତା ହେଲେ ମଦ ବିକ୍ରି ବନ୍ଦ କରିବୁ ବୋଲି ଆଶା ଦିଦି ପ୍ରକାଶ କରିଛନ୍ତି । ଗାଁ ଗାଁ ରେ ଥିବା ମଦ କୋଠିକୁ ସରକାର ବନ୍ଦ କରୁଥିବା ବେଳେ ଏହି ଆଶା ଦିଦି କିପରି ରାଜ ରାସ୍ତା ରେ ମଦ କୋଠି ଖୋଲି ବାହା ବାହା ନେଉଥିବା ସାଧାରଣଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି । ପୁଣି ଉଲିକୁପା ଠାରୁ ଭବାନୀପାଟନା ମୁଖ୍ୟ ରାସ୍ତା ରେ ହେଉଥିବା ରୁ ଏହି ମଦ କୋଠି ଉପରେ କୌଣସି ନଜର ପଡୁନଥିବା ଆହୁରି ଜନସାଧାରଣ ଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏଠି ପ୍ରତି ପୋଲିସ  ସ୍ଵତନ୍ତ୍ର  ଦ୍ରୁଷ୍ଟି ଦେବା ପାଇଁ କଣା ଗାଁ କଲେଜ ଛାତ୍ର ମାନେ ଅନୁରୋଧ କରି ଛନ୍ତି ।

 

Comments are closed.