ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ବସ୍ତିଙ୍ଗିଆ ସରକାରୀ ଏସଏସଡ଼ି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ରବିନାରାୟଣ ମହାନ୍ତିଙ୍କ ସଭାତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଚକାପାଦ ବ୍ଲକ ଅଧ୍ୟକ୍ଷl ଶ୍ରୀମତୀ ବୈନେତ୍ରୀ କହଁର ଯୋଗ ଦେଇଥିବା ବେଳେ, ମୁଖ୍ୟବକ୍ତା ଭାବେ ଟିକାବାଲି କଲେଜ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଯୋଗଦେଇ ସଂସ୍କାର, ସଂସ୍କୃତି ଓ ଶୃଙ୍ଖଳା ରହିଲେ ପ୍ରତ୍ୟେକ ଛାତ୍ର, ଛାତ୍ରୀ ସଫଳ ମଣିଷ ଟିଏ ହୋଇପାରିବେ ବୋଲି ବକ୍ତବ୍ୟ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସୋମନାଥ ବେହେରା, ସରପଞ୍ଚ ଚିରଞ୍ଜିବି କହଁର, ବ୍ଲକ ମଙ୍ଗଳ ଅଧିକାରୀ ସୁଶ୍ରୀ ଆଉସୀ ପ୍ରଧାନ, ଶିକ୍ଷା, ସ୍ୱାସ୍ଥ୍ୟ ର ସାଂସଦ ପ୍ରତିନିଧି ମାନସ ବେହେରା,ସମିତି ସଭ୍ୟା ଶ୍ରୀଦେବୀ କହଁର, ପ୍ରାକ୍ତନ ସରପଞ୍ଚ ପ୍ରଫୁଲ୍ଲ ଚନ୍ଦ୍ର ଦାସ, ପିଇଓ ରାଜୀବ ସ୍ୱାଇଁ, ପ୍ରମୋଦ କୁମାର ସାହୁ, ଗୋପୀନାଥ କହଁର ଯୋଗ ଦେଇଥିଲେ l ଅତିଥି ପରିଚୟ ଓ ମଞ୍ଚ ସଂଯୋଜନା ଶିକ୍ଷୟିତ୍ରୀ ମିନତି ଦେବୀ କରିଥିବାବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ l ସଫଳତା ପାଇଥିବା ଛାତ୍ର, ଛାତ୍ରୀଙ୍କୁ ପ୍ରମାଣପାତ୍ର ଓ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l