ବାଲିଗୁଡା, ତା, ୧୩/୦୧:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଏଏମସିଏସ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର ଶୀତକାଳୀନ ସ୍ୱତନ୍ତ୍ର ସେବା ଶିବିର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ସଭାପତିତ୍ୱରେ ଏକ ସପ୍ତାହ ଧରି ଅନୁଷ୍ଠିତ ହେବା ପରେ ଉଦଯାପିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ପ୍ରଫେସର ଡ଼ ତପନ କୁମାର ବାରିକ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଗଞ୍ଜାମ ଜିଲ୍ଲା ଜାତୀୟ ସେବା ଯୋଜନା ର ସଂଯୋଜକ ପ୍ରଫେସର ଡ଼, ସତୀଶ ନାୟକ ଯୋଗଦେଇ ସ୍ବେଛାସେବୀଙ୍କ ଭିତରେ ଶୃଙ୍ଖଳା, ସେବା ଓ ମଣିଷ ପଣିଆ ରହିବା ଆବଶ୍ୟକ ବୋଲି ବକ୍ତବ୍ୟ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ନରେନ୍ଦ୍ର ଦିଗାଲ, ବନମାଳୀ ବେହେରା, ବିରୂପlକ୍ଷ ତ୍ରିପାଠୀ, ଯୁବ ରେଡ଼କ୍ରସ ସଂଯୋଜକ ରତନ ଦିଗାଲ, ଶିକ୍ଷକ ଖୁକେନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ l ସ୍ବେଛାସେବୀ ମାନେ ପୋଷ୍ୟ ଗ୍ରାମ ଡୁଙ୍ଗି ଓ ତେନ୍ତୁଳିଗଡ ଯାଇ ସର୍ଭେ କରି କଣ ସମସ୍ୟା ରହିଛି ବୁଝିଥିଲେ l ଏହି ଶିବିରକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ର ସଂଯୋଜକ ପ୍ରଫେସର ଡ଼, ଜୟନ୍ତ କୁମାର ପଣ୍ଡା, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା ସଂଯୋଜକ ଡ଼, ନଳିନୀ କୁମାର ପାଣିଗ୍ରାହୀ ପରିଦର୍ଶନ କରିଥିଲେ l ଏହି ଶିବିରରେ ବକୃତା, ପ୍ରବନ୍ଧ, ନୃତ୍ୟ, ଗୀତ,ମେହେନ୍ଦି, କୁଇଜ ପ୍ରତଯୋଗିତା ହୋଇଥିଲା କୃତୀ ପ୍ରତିଯୋଗୀ ଙ୍କୁ ଟ୍ରଫି ଓ ପ୍ରମାଣପାତ୍ର ଦିଆଯାଇଥିଲା l ଶ୍ରେଷ୍ଠ ସ୍ବେଛାସେବୀ ଭାବେ ପ୍ରତିଭା ମଞ୍ଜରୀ ପ୍ରଧାନ ଓ ଆର୍ଯ୍ୟଦେବ ପ୍ରଧାନ ଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରା ଯାଇଥିଲା l ଏହି ଶିବିରକୁ ପ୍ରୋଗ୍ରାମ ଅଫିସର ଚମ୍ପା ସୋରେନ ଓ ପ୍ରୋଗ୍ରାମ ଅଫିସର ଜ୍ଞାନ ରଞ୍ଜନ ଭୋଇ ପରିଚାଳନା କରିଥିଲେ l ସ୍ୱାମୀ ବିବେକାନନ୍ଦ ଙ୍କ ଶହେ ପଚାଶ ତମ ଜୟନ୍ତୀ ଉପଲକ୍ଷେ ସମସ୍ତ ଛାତ୍ର ଛାତ୍ରୀ ଓ କର୍ମଚାରୀ ସମୂହ ବନ୍ଦେ ମାତରଂ ଗାନ କରିଥିଲେ l ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା