Odisha news

ମାଁ ବରଳଦେବୀ ରାଜ୍ୟ ସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ 

0
ବାଲିଗୁଡା, ତା, ୧୧/୦୧:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକର ତେଙ୍ଗେଡ଼ାପଥର ଠାରେ ମାଁ ବରଳଦେବୀ ରାଜ୍ୟସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ ଆଗାମୀ ଦିନରେ ଅନୁଷ୍ଠିତ ହେବା ନିମନ୍ତେ ସମାଜସେବୀ ପ୍ରଦୀପ କୁମାର ଡିଗାଲଙ୍କ ଆବାହନ କ୍ରମେ ଏକ ପ୍ରସ୍ତୁତି ବୈଠକ ଏଏମସିଏସ ମହାବିଦ୍ୟାଳୟ ନିକଟରେ ଅନୁଷ୍ଠିତ ହୋଇଯାଇଛି I ଏଥି ସହ ଏକ ସ୍ଥାୟୀ କର୍ମକର୍ତ୍ତା ଚୟନ ମଧ୍ୟ କରାଯାଇଅଛି I ଏଥିରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ବିଜେପି ରାଜ୍ୟ ଅନୁସୂଚିତ ଜାତି ଉପସଭାପତି ରାମବିଶି ଦିଗାଲ ଉପସଭାପତି ଭାବେ ଅବସରପ୍ରାପ୍ତ ପୋଲିସ ଅଧିକାରୀ  ବିକ୍ରମ ସିଂ ଦଳବେହେରା, ପୂର୍ବତନ ବିଧାୟକ ପ୍ରତିନିଧି ତନୁଜ ଭୋଇ, ସମ୍ପାଦକ ଭାବେ ଅବସରପ୍ରାପ୍ତ ଶିକ୍ଷକ ଜଗନ୍ନାଥ ସାହୁ, ସହ ସମ୍ପାଦକ ଭାବେ ଅବସରପ୍ରାପ୍ତ ଅବକାରୀ ଅଧିକାରୀ ଦୁର୍ଯ୍ୟୋଧନ ଦିଗାଲ, କୋଷାଧକ୍ଷ ଭାବେ ସୁମନ୍ତ ନାୟକ ଏବଂ ଗୋପାଳ ପଣ୍ଡା ଚୟନ କରାଯିବା ସହ ମୁଖ୍ୟ ସଭ୍ୟ ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିଲୀପ କହଁର, ସରପଞ୍ଚ କୁନ୍ଦୁରୁ ମଲିକ, ସମିତି ସଭ୍ୟ ମନୋଜ କୁମାର ଦଳବେହେରା, ଅବସରପ୍ରାପ୍ତ ସହ ନିର୍ଦେଶକ ରାଘବ ମଲିକ, ଗୋବିନ୍ଦ ଚନ୍ଦ୍ର ସାହୁ, ଅବସରପ୍ରାପ୍ତ ସେନା ଅଧିକାରୀ ବଳରାମ ପ୍ରଧାନ ଜ୍ୟୋତିରାଜ ମହାପାତ୍ର, ପ୍ରେମା ପ୍ରଧାନ, କୁମାର ନାୟକ, ନୀଳମାଧଵ, ହରି ନାଏକ ପ୍ରମୁଖ ନିର୍ବାଚିତ ହୋଇଥିଲେ l ପରେ ପରେ ସମଗ୍ର ରାଜ୍ୟରେ ଥିବା ବଛା ବଛା ଖେଳାଳି ମାନଙ୍କୁ ନିମନ୍ତ୍ରଣ କରି ଏହି ଟୁର୍ନାମେଣ୍ଟ ଆୟୋଜନ କରିବା ନିମନ୍ତେ ନିଷ୍ପତି ନିଆଯାଇଛି I ଏହି ବୈଠକରେ ଅଞ୍ଚଳର ଶତାଧିକ ଖେଳପ୍ରେମୀ ଉପସ୍ଥିତ ରହି ଟୁର୍ନାମେଣ୍ଟ ନିମନ୍ତେ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ସମ୍ମତି ପ୍ରକାଶ କରିଥିଲେ I ଏହି ଟୁର୍ନାମେଣ୍ଟ ନିମନ୍ତେ ଏକ ସ୍ଥାୟୀ ମେନେଜମେଣ୍ଟ କମିଟି ସହ ପରିଚାଳନା ନିମନ୍ତେ ଅନ୍ୟାନ୍ୟ କମିଟି ମଧ୍ୟ ଚୟନ କରାଯାଇଥିଲା I ଶେଷରେ ସଭାପତି ଶ୍ରୀ ଦିଗାଲ ଧନ୍ୟବାଦ ଅର୍ପଣ କରି ଥିଲେ l
Leave A Reply