ବାଲିଗୁଡା,୨୨/୯-; ବାଲିଗୁଡା ବ୍ଲକସ୍ତରୀୟ ଜିିପିଏଲଏଫ କର୍ମି ସଂଘ ବ୍ଲକ କାର୍ଯ୍ୟାଳୟ ପରିସରରେ ନାର୍ଯ୍ୟଦାବୀ ପୁରଣ ନିମନ୍ତେ ୭ଦଫା ଦାବୀ ନେଇ ଗଣଦାରଣାରେ ବସିଛନ୍ତି । ଏଥିରେ ଉଲ୍ଲେଖ ରହିଛି ।ବାଲିଗୁଡା ବ୍ଲକ ସ୍ତରୀୟ ଓଡିଶା ଜୀବିକା ମିଶନ , ମିଶନଶକ୍ତି ବିଭାଗ ,ଜିପିଏଲଏଫ କର୍ମି ସଂଘ ତରଫରୁ ୭ଦଫା ଦାବୀନେଇଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଗଣଧାରଣା ଦେବା ପାଇଁ ରାଜ୍ୟ ସଂଘ ରଆହ୍ୱାନ କ୍ରମେ ନିଷ୍ପତି ନେଇଛୁ । ଦାବୀ ଗୁଡିକ ହେଲା – ପେରଫୋମାନସ ବୋନସ ଇନଭଏସ ବ୍ୟବସ୍ଥା ବନ୍ଦ କରାଯାଇ ପୁର୍ବ ପରି ସ୍ଥାୟୀ ପାରିଶ୍ରମିକ ପ୍ରଦାନ ଆମରଦାବୀ । ସ୍ଥାୟୀ ନିଯୁକ୍ତି ଘୋଷଣା । ୬ମାସର ବକେୟା ପାରିଶ୍ରମିକ ପ୍ରଦାନ । ଗୋଟିଏ ରାଜସ୍ୱ ଗ୍ରାମରେ ଗୋଟିଏ ଆଂଚଳିକ ମଂଚ ଗଠନ ବ୍ୟବସ୍ଥା ବନ୍ଦ କରାଯ୍ାଉ । ଆମ ପାରିଶ୍ରମିକ ଫିକ୍ସ କରାଯାଉ ଏବଂ ଅତିରିକ୍ତ କାମ ପାଇଁ ଏକ୍ସଟ୍ରା ବୋନୋସ ରାସି ଦିଆଯାଉ,ଏହିଭଳି ଅନେକ ଦାବୀ ରହିଛି । ଦାବୀ ଗୁଡିକ ସରକାର ପୁରଣ କରିବାକୁ ଅନୁରୋଧ ରଖିଛନ୍ତି ।ସଂଘର ସଭାପତି ରେଣୁକା ନାୟକ,ସମ୍ପାଦକ ରିନୁ ଦିଗାଳ ସମେତ ସମସ୍ତ କର୍ମି ମାନେ ଉପସ୍ଥିତ ଥିଲେ । କର୍ମି ମାନେ କହିଛନ୍ତି ସରକାରଙ୍କ ସମସ୍ତ କାର୍ଯ୍ୟରେ ଆମେ ସହଯୋଗ କରିଆସୁଛୁ କିନ୍ତୁ ସରକାର ଆମକୁ ଠକିଛନ୍ତି ।