ବାଲିଗୁଡା, ୪/୯-; ବାଲିଗୁଡା ପୋଲିସ ଗତରାତିରେ ପେଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ବୋଲେରୋ ପିକଅପ ଆସୁଥିବା ଦେଖିଥିଲେ ଏହି ଗାଡିକୁ ଅଟକାଇ ସର୍ଚ୍ଚ କରିବା ସମୟରେ ଗାଡି ଡାଲାର ଭିତରୁ ଗଂଜେଇ ୨୨କେଜି୩୦୦ଗ୍ରାମ ଗଂଜେଇ ବାହାରିଥିଲା । ଯାହାଫଳରେ ପୋଲିସ ଏହି ଗାଡିନମ୍ବର ସିଜି ୧୦ବିକେ ୪୫୭୫କୁ ଜବତ କରିବା ସହ ଗଂଜେଇ ଓ ଗାଡି ଭିତରେ ବସିଥିବା ଦୁଇ ଜଣ ଙ୍କୁ ଗିରଫ କରିଛନ୍ତି । ଗିରଫ ଦୁଇଜଣ ରାମ ପ୍ରସାଦ(୨୨) ଓ ବିବେକ କେଓାତ(୧୯) ଘର ଗ୍ରାମ- ସିଙ୍ଗୁଲ ,ଥାନା -ଶିବ୍ରିନାରାୟଣ, ଜିଲ୍ଲା ଜାନିଗିରିଚମ୍ପା,ରାଜ୍ୟ ଛତିଶଗଡ । କେଶନମ୍ବର ୨୭୧/୨୫ରେ ମାମଲାରୁଜୁ କରି ଦୁଇଜଣଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସଦା ସୁଚନା ଦେଇଛନ୍ତି । ଉକ୍ତ ଚଢାଉରେ ଏସଆଇ ଜୁଗଳ ନାୟକ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।