ତ୍ରୀରଙ୍ଗା ଶୋଭାଯାତ୍ରାରେ ବିଜେପି ରାଜ୍ୟ ସଭାପତି, କନ୍ଧମାଳ ସାଂସଦ: ଭାଇଚାର ବଜାୟ ରହିଲେ ବିଜୟ ସୁନିଶ୍ଚିତ : ମନମୋହନ
ବାଲିଗୁଡା ,ତା, ୧୪/୦୮:(ସଞ୍ଜୟ କୁମାର ପାଣିଗ୍ରାହୀ): ଅପରେସନ ସିନ୍ଧୁର ର ବିଜୟ ପରେ ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ବାସୀ ଙ୍କୁ ଆହ୍ଵାନ ଦେଇ କହିଛନ୍ତି ଘରେ ଘରେ ସମସ୍ତ ଭାରତୀୟ ଜାତୀୟ ପତକା କୁ ଉଡାଇ ଯବାନ ଙ୍କ ମନବଳ ବୃଦ୍ଧି ସହ ଦେଶର ଟେକ ରଖନ୍ତୁ । ଏହାକୁ ନେଇ ଭାରତୀୟ ଜନତା ପାର୍ଟି ରାଜ୍ୟ ର ବିଭିନ୍ନ ଅଞ୍ଚଳରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ଜାରି ରଖିଥିବା ବେଳେ ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝିଙ୍କ ନେତୃତ୍ଵ ତ୍ରିରଙ୍ଗା ଯାତ୍ରା ରେ ରାଜ୍ୟ ସଭାପତି ମନମୋହନ ସାମଲ କନ୍ଧମାଳ ଜିଲ୍ଲାର ବାଲିଗୁଡା ବିଧାନସଭା ସ୍ତରୀୟ ତ୍ରିରଙ୍ଗା କାର୍ଯ୍ୟକ୍ରମ ରେ ସାମିଲ ହୋଇ ସମସ୍ତ କର୍ମୀ ଓ ନେତାଙ୍କୁ କହିଛନ୍ତି ଏକତ୍ରିତ ହୋଇ ଭାଇଚାର ବଜାୟ ରଖିଲେ ଆମେ ବିଭିନ୍ନ ନିର୍ବାଚନ ସହ ଦେଶ କୁ ସୁରକ୍ଷା ଦେଇ ପାରିବ ଏଣୁ ସମସ୍ତେ ଏକତ୍ରିତର ରହି କାମ କରନ୍ତୁ । ଏହି ତ୍ରିରଙ୍ଗା କାର୍ଯ୍ୟକ୍ରମ ଟି ସ୍ଥାନୀୟ ହନୁମାନ ମନ୍ଦିର ନିକଟରୁ ବାହାରି ବଜାର ଦେଇ ସଭାଗୃହ ଠାରେ ପହଞ୍ଚିବା ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟ କ୍ରମରେ ରାଜ୍ୟ ସଭାପତି ସମେତ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ,ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ,ରାଜ୍ୟ ସମ୍ପାଦକ ସରୋଜ କର ପ୍ରମୁଖ ସାମିଲ ହୋଇଥିଲେ ।