ବାଲିଗୁଡା,୯/୬-;ବାଲିଗୁଡାରେ କଂଗ୍ରେସ ଦଳ ତରଫରୁ ସମ୍ବିଧାନ ବଚାଓ ରାଲି କରାଯାଇଛି । ଦଲର ସମସ୍ତ କର୍ମି ମାନେ ସ୍ଥାନୀୟ କଂଗ୍ରେସ ଭବନ ଠାରେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରିଥିଲେ ,ଏହି ଶୋଭାଯାତ୍ରାରେ ହାତରେ ବ୍ୟାନର ଓ ଦଳିୟ ପତାକା ଧରି ସୋନିଆ ଗାନ୍ଧିଜିନ୍ଦାବାଦ,ରାହୁଲ ଗାନ୍ଧି ଜିନ୍ଦାବାଦ,ଭକ୍ତ ଚରଣ ଦାସ ଜି୍ନ୍ଦାବାଦ ଆଦି ନାରାବାଜି ଦେଇଥିଲେ ଓ ସାରା ସହର ପରିକ୍ରମା କରିଥିଲେ । ବିଜେପିର ୧୧ ବର୍ଷ ଶାସନ କାଲରେ ଦଳର ରାଜନୈତିକଫାଇଦା ପାଇଁ ସମ୍ବିଧାନକୁ ବ୍ୟବହାର କରାଯାଇଛି , ଏହାକୁ ଆମେ ବିରୋଧ କରୁଛୁ ବୋଲି କହି ସମ୍ବିଧାନ ବଂଚାଓ ଅଭିଯାନ କରିଛୁ ବୋଲି କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ପିସିସି ପର୍ଯ୍ୟବେକ୍ଷକ ହଳଧର ସେଠି,ଅମିର ଚାନ୍ଦ ନାୟକ, ଡା ବିଚିତ୍ରା ନନ୍ଦ ଆଚାର୍ଯ୍ୟ, ସପ୍ନେଶ୍ୱର ସାହୁ,ଟୁଟୁ ଆଚାରୀ, ସମେତ ଅନେକ କଂଗ୍ରେସ କର୍ମି ସହ ନିର୍ବାଚନ ମଣ୍ଡଳିର କର୍ମିବୃନ୍ଦ ଉପସ୍ଥିତ ଥିଲେ ।