Odisha news

୪୮ କେଜି ଗଞ୍ଜେଇ ଜବତ, ୨ ଗିରଫ

0

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ  ଦାରିଙ୍ଗବାଡ଼ି ଥାନା କିରିକୁଟି ପଞ୍ଚାୟତ ଆଦିବାସୀ ଗ୍ରାମାଞ୍ଚଳରୁ ଗଞ୍ଜେଇ ଚୋରାଚାଲାଣ କରିବା ଅଭିଯୋଗରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି।

ସେମାନେ ହେଲେ କ.ନୂଆଗାଁ ଥାନା ଗୁଞ୍ଜିବାଡ଼ିର ମିଥୁନ ଦିଗାଳ ଓ ଜଗତସିଂହପୁର ଜିଲା ଆଳିପିଙ୍ଗଳର ଉଲ୍ଲାସ ଚନ୍ଦ୍ର ମଲ୍ଲିକ। ତାଙ୍କଠାରୁ ୪୮ କେ.ଜି. ୨ ଶହ ଗ୍ରାମ୍‌ ଗଞ୍ଜେଇ ଜବତ ହୋଇଛି।

ଏ ନେଇ ନଂ. ୧୨୮/୨୦ରେ ମାମଲା ରୁଜୁ କରାଯାଇଛି। ବାଲିଗୁଡ଼ା ସମେତ କ.ନୂଆଗାଁ ଅଞ୍ଚଳରୁ ଅଭିଯୁକ୍ତମାନେ ଗଞ୍ଜେଇ ସଂଗ୍ରହ କରି ଜିଲା ବାହାରକୁ ନେବାକୁ କୌଣସି ଏକ ଗାଡ଼ିକୁ ଅପେକ୍ଷା କରିଥିଲେ। ଖବର ପାଇ ଦାରିଙ୍ଗବାଡ଼ି ପୋଲିସ ସେଠାରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଧରିଥିଲା।

Leave A Reply