ବାଲିଗୁଡା,3/9 :କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ ବିଭାଗ ତରଫରୁ ଏସ.ଆଇ. ଦୀପକ ରାଉତଙ୍କ ସହ ସଦଳବଳ ପୋଲିସ ବାରଖମାରୁ ଲଣ୍ଡାଗାଁ ରାସ୍ତାରେ ପାଟ୍ରୋଲିଂ କରୁଥିବା ସମୟରେ କମ୍ବରିକିଆ ଛକରେ ଗଞ୍ଜେଇ ଚୋରାଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ ହୋଇଥିଲା ।
ସୂଚନା ପ୍ରକାରେ ବାଲିଗୁଡା ପୋଲିସ ତରଫରୁ ପାଟ୍ରୋଲିଂ ଚାଲିଥିବା ବେଳେ ପୋଲିସ୍ କୁ ଦେଖି ଦୃତଗତିରେ ଯାଉଥିବା ଦୁଇଟି ବାଇକକୁ ଅଟକାଇ ତନଖିଵା ସମୟରେ ସେଥିରୁ 17କେଜି 800 ଗ୍ରାମ ଗଞ୍ଜେଇକୁ ଜବତ କରିବା ସହ ଘଟଣାରେ ସଂଶ୍ଳିଷ୍ଟ ଥିବା ତିନିଜଣ ଚାଲାଣକାରୀଙ୍କୁ ଗିରଫ କରି କରୋନା ପରୀକ୍ଷା କରି କୋର୍ଟ ଚାଲାଣ କରିଛି ପୋଲିସ୍ । ତିନି ଚାଲାଣ କାରୀ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଘୋଡାବାଲି ଅଞ୍ଚଳର ଉହାଟୁ ଵାଗ, ଫୁଲମାଳିଆ କୁମ୍ଭାର ଏବଂ ଲଣ୍ଡାଗାଁ ପଞ୍ଚାୟତର ଗୋକୁଳ ରଣା ବୋଲି ପୋଲିସ ପ୍ରକାଶ କରିଛି l
ଏନେଇ ବାଲିଗୁଡା ଥାନା କେଶ ନଂ.156/20 ପ୍ରକାରେ ଏକ ମକଦ୍ଦମା ରୁଜୁ କରାଯାଇ ଏସ.ଆଇ.-ଆର.ମୁଣ୍ଡାରୀ ତଦନ୍ତ ଭାର ନେଇଛନ୍ତି ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ପ୍ରକାଶ କରିଛନ୍ତି l