Odisha news

ବାଲିଗୁଡା : ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ବଡ ସାହି ହେଲା ଜିଲା କଣ୍ଟେନମେଣ୍ଟ ଜୋନ

0

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ସହରରେ କିଛିଦିନ ହେବ କଣ୍ଟେନମେଣ୍ଟ ଜୋନ୍‌ ହଟିଥିବା ବେଳେ ବୁଧବାର ପୁଣିଥରେ ସହରର ସବୁଠାରୁ ବଡ଼ ସାହିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ଉକ୍ତ ସାହିରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିବା ବିଷୟ  ଜି.ଉଦୟଗିରି ବିଡିଓ ତଥା ଏନଏସିର ପ୍ରଶାସକ ଶାନ୍ତନୁ କୁମାର ନାୟକ ପ୍ରକାଶ କରିଛନ୍ତି  । ଘର ଘର ବୁଲି ସ୍କ୍ରିନିଂ କରାଯିବା ସହିତ ସାହିକୁ ସାନିଟାଇଜ୍‌ କରାଯିବ। କଣ୍ଟାକ୍ଟ ଟ୍ରେସିଂ କରାଯାଇ ସମସ୍ତଙ୍କ ଟେଷ୍ଟ କରାଯିବ ବୋଲି ସେ କହିଛନ୍ତି।

Leave A Reply