Odisha news

ମହାବଳା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିିରରେ ଅଘଟଣ : ପ୍ରବାସୀ ଫେରନ୍ତା ବିବାହିତା ମହିଳାଙ୍କୁ ଦୁର୍ଷ୍କମ ଉଦ୍ୟମ

0

ବାଲିଆପାଳ :  ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ମହିଳାଙ୍କୁ ଦୁର୍ଷ୍କମ ଉଦ୍ୟମ  । ଏଭଳି ଅଭାବନୀୟ ଘଟଣା ଘଡିଛି ବାଲିଆପାଳର ବାଲିକୁଟି ପଂଚାୟତ ମହାବଳା ଗ୍ରାମର ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ  । ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ସଂନ୍ଧ୍ୟା ପର୍ଯ୍ୟନ୍ତ ପୁଲିସ ଘଟଣାସ୍ଥଳରେ ପହଁଚି ନଥିବାରୁ ଉତ୍ତ୍ୟକ୍ତ ଗ୍ରାମବାସୀ ମାନେ ଅଭିଯୁକ୍ତଙ୍କୁ ବାନ୍ଧି ରଖିବା ସହ ପଂଚୁପାଲି – ମାନଧାତା ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ।  ମିଳିଥିବା ସୂଚନା ମୁତାବକ ମହାବଳା ବାତ୍ୟା ଆଶ୍ର୍ରୟ ସ୍ଥଳରେ ଖୋଲାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ହାଇଦ୍ରାବାଦ ଫେରନ୍ତା ଜଣେ ପ୍ରବାସୀ ବିବାହିତା ମହିଳା, ତାଙ୍କ ସ୍ୱାମୀ ଏବଂ ଦିଅରଙ୍କ ସହ ରହୁଥିଲେ  । ସ୍ୱାମୀ ଓ ଦିଅର ଅଲଗା ରୁମରେ ରହୁଥିବା ବେଳେ ମହିଳା ଜଣକ ମହିଳାଙ୍କ ଲାଗି ଉଦ୍ଦିଷ୍ଟ ରୁମରେ ରହୁଥିଲେ  ।

ରବିବାର ରାତିରେ ଏହି ଟିଏମସିରେ କାର୍ଯ୍ୟରତ ସଫେଇ କର୍ମଚାରୀ ଲଙ୍ଗଳେଶ୍ୱର ଗ୍ରାମର ମୂରଲୀଧର ଜେନା ଓରଫ ବାବୁ (୪୫ ବର୍ଷ) ଉକ୍ତ ମହିଳାଙ୍କୁ ଦୁର୍ଷ୍କମ ଉଦ୍ୟମ କରିଥିଲେ  । ମହିଳା ଜଣଙ୍କ ବିରୋଧ କରିବାରୁ ଧସ୍ତା ଧସ୍ତିରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା  । ଅଜି ସକାଳେ ସେ କାନ୍ଦି କାନ୍ଦି ଏହି ବିଷୟ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ  । ଘଟଣା ବାହାରେ ପ୍ରଘଟ ହେବାରୁ ଉତ୍ତ୍ୟକ୍ତ ଗ୍ରାମବାସୀ ଅଭିଯୁକ୍ତ ବାବୁକୁ ବାନ୍ଧି ରଖି ପୁଲିସକୁ ଖବର ଦେଇଥିଲେ  । ମହିଳା ଜଣଙ୍କ କ୍ୱାରେନଟାଇନ ସେଣ୍ଟରେ ରହୁଥିବାରୁ ଥାନାକୁ ଏତେଲା ଦେବାକୁ ଆସି ପାରିନଥିଲେ  । ପୁଲିସକୁ ଏ ବିଷୟରେ ଜଣାଇଥିଲେ ମଧ୍ୟ ସଂନ୍ଧ୍ୟା ପର୍ଯ୍ୟନ୍ତ ପୁଲିସ ଘଟଣାସ୍ଥଳରେ ପହଁଚି ନଥିଲା  । ପୁଲିସ ଘଟଣାସ୍ଥଳରେ ପହଁଚି ମହିଳାଙ୍କ ଠାରୁ ଏତେଲା ଗ୍ରହଣ କରିବା ସହ ଅଭିଯୁକ୍ତ ବାବୁକୁ ଗିରଫ ଦାବିରେ ସ୍ଥାନୀୟ ଗ୍ରାମବାସୀ ମାନଧାତା – ପଂଚୁପାଲି ରାସ୍ତା ଅବରୋଧ କରିଥିଲେ । ଲୋକଙ୍କ ମାଡରେ ବାବୁ ଆହତ ହୋଇଥିବା ଜଣାଯାଇଛି  । ସଂନ୍ଧ୍ୟା ୬ ଘଟିକା ସମୟରେ ବାଲିଆପାଳ ତହସିଲଦାର ଦୀପକ କୁମାର ଦାସ ଓ ଆଇ.ଆଇ.ସି ବିମଳ କୁମାର ନାୟକ ଘଟଣାସ୍ଥଳରେ ପହଁଚିଲେ

Leave A Reply