Odisha news

ଓସ୍ୱାସ ପକ୍ଷରୁ ପଂଚୁରୁଖି ଗ୍ରାମରେ ଶୁଖିଲା ଖାଦ୍ୟ ବଣ୍ଟନ

0

ବାଲିଆପାଳ :  ଭୁବନେଶ୍ୱର ସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଓସ୍ୱାସ ପକ୍ଷରୁ ଆଜି ବାଲିଆପାଳ ବ୍ଲକ ମଧୁପୁରା ପଞ୍ଚାୟତ ପଞ୍ଚୁୁରୁଖି ଗ୍ରାମର ୨୫ ଜଣ ଗରିବ ଅବହେଳିତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଛି  । ଏହି କାର୍ଯ୍ୟକ୍ରମରେ ଓସ୍ୱାସର ନିଦେ୍ର୍ଦଶକ ଦିଲ୍ଲୀପ କୁମାର ନାୟକ, ନିହାର ଘଢାଇ, ମହେନ୍ଦ୍ର ପ୍ରତାପ ଦାସ ପ୍ରମୁଖ ଉପସ୍ଥିତ ଥିଲେ  । ମୁଖ୍ୟ ଅତିଥି ଭାବେ ୧୩ ନଂ ୱାର୍ଡ ସଭ୍ୟା କଳ୍ପନା ମହାଳିକ ଯୋଗ ଦେଇ ସମସ୍ତଙ୍କୁ ଖାଦ୍ୟ ପ୍ୟାକେଟ ବଂଟନ କରିଥିଲେ  ।

ଏହି ପ୍ୟାକେଟରେ ଚାଉଳ, ଡାଲି, ତେଲ, ଲୁଣଠାରୁ ଆରମ୍ଭ କରି ଅନେକ ଅତ୍ୟାବଶ୍ୟକ ସାମଗ୍ରୀ ରହିଥିବା ଜଣାଯାଇଛି । କାର୍ଯ୍ୟକ୍ରମକୁ ସପନ ପ୍ରଧାନ, ଉମେଶ ଚନ୍ଦ୍ର ମହାଳିକ, ବଂଶଧର ପରିଡା ଏବଂ ସାମ୍ବାଦିକ ଉମାକାନ୍ତ ନାୟକ ପ୍ରମୁଖ ପରିଚାଳନା କରିିଥିଲେ  । ଆଗାମୀ ଦିନରେ ବ୍ଲକର ଅନ୍ୟ ଗ୍ରାମ ମାନଙ୍କରେ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଗରିବ ଲୋକଙ୍କୁ ମଧ୍ୟ ଏହି ଭଳି ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯିବ ବୋଲି ଓସ୍ୱାସର ନିଦେ୍ର୍ଦଶକ ଦିଲ୍ଲୀପ କୁମାର ପଟ୍ଟନାୟକ କହିଛନ୍ତି  ।

Leave A Reply