Odisha news

ବାଲିଆପାଳ ଶ୍ରଦ୍ଧାକ୍ଷେତ୍ରର ମୁଖ୍ୟ ପୂଜକ ଦେବେନ୍ଦ୍ର ପାଠୀଙ୍କ ପରଲୋକ

0

ବାଲିଆପାଳ :  ବାଲିଆପାଳ ଶ୍ରଦ୍ଧାକ୍ଷେତ୍ର ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ଦେବେନ୍ଦ୍ର ପାଠୀ (୮୭ ବର୍ଷ)ଙ୍କର ପରଲୋକ ହୋଇଯାଇଛି । ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ରହି ଶଯ୍ୟାଶାୟୀ ଥିଲେ  । ତାଙ୍କ ବଦଳରେ ପୁଆ ବିଷ୍ନୁଦାସ ପାଠୀ ମନ୍ଦିରର ସମସ୍ତ କାର୍ଯ୍ୟ ପରିଚାଳନା କରୁଥିଲେ  ।

ତାଙ୍କ ମୃତ୍ୟୁ ଖବର ପାଇ ମନ୍ଦିର ପରିଚାଳନା କମିଟି ସଭାପତି ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି, ପୂର୍ବତନ ସରପଞ୍ଚ ମୂରଲୀ ମୋହନ ସାହୁ, ବାଲିଆପାଳ ସରପଞ୍ଚ ମଧୁସୂଦନ ବାରିକ, ଇଂ ସୁଶାନ୍ତ ଚକ୍ରବର୍ତ୍ତୀ, ଭୁବନ ପାଣିଗ୍ରାହୀ, ବିଜେପି ନେତା ଅରବିନ୍ଦ ବେହେରା, ପ୍ରାକ୍ତନ କଲେଜ ଅଧ୍ୟକ୍ଷ ହୃଦୟରଞ୍ଜନ ତ୍ରିପାଠୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭନକୁ ଯାଇ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣେଇଥିଲେ  । ସ୍ୱର୍ଗତଃ ପାଠୀଙ୍କର ତିନି ପୁଅ ଏବଂ ଚାରି ଝିଅ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ  ।  ସ୍ୱାର୍ଗତଃ ପାଠୀ ବାଲିକା ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ଭାବେ କାର୍ଯ୍ୟ କରିି ଅବସର ଗ୍ରହଣ କରିଥିଲେ  । ଖଗଡାପାଳ ଗ୍ରାମ ଶ୍ମଶାନରେ ସାମାଜିକ ଦୂରତା ବଜାଇ ରଖି ନିରାଡାମ୍ବର ଭାବେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି  ।

Leave A Reply