Odisha news

ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଉତ୍କଳ ଦ୍ୱାରା ୭୧ତମ ବନମହୋତ୍ସବ ପାଳିତ

0

ବାଲିଅନ୍ତା : ରାଜଧାନୀ ଉପକଣ୍ଠସ୍ଥ ବାଲିଅନ୍ତା ବ୍ଲକର ଯଶୁଆପୁରଗ୍ରାମର ଗ୍ରାମର ଚିତ୍ରେଶ୍ୱର ମହାଦେବ ପରିସରରେ ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଉକ୍ରଳ ତରଫର ଆଜି ୭୧ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଉକ୍ରଳର ସମ୍ପାଦକ ସମ୍ବିତ ଶତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲୀ ଯୋଗ ଦେଇ ଗଛର ଯତ୍ନ ନିଜର ପିଲାର ଯତ୍ନନେବା ଭଳିି ପାଳନ କଲେ ଏହି ପୃଥିବୀ ସବୁଜିମା ମୟ ହୋଇ ପାରିବବ ।  ସମ୍ମାନିତ ଅତିଥି ଭାବେ ଜ୍ୟୋର୍ତିବିତ୍ ପ୍ରମୋଦ କୁମାର ପାତ୍ରୋ ତାଙ୍କର ଅଭିଭାଷଣରେ କହିିଲେଯେ ବୃକ୍ଷଟି ହେଉଛି ସାକ୍ଷାତ ରୁଦ୍ର ବା  ଶିବ ସଦା ସମାଜର ମଙ୍ଗଳ ମୟ ଅଟେ । ବୃକ୍ଷରୋପଣ କରୁଥିବା ବ୍ୟକ୍ତି ତାଙ୍କର ଅଲକ୍ଷ୍ୟରେ ବହୁ ପୂର୍ଣ୍ଣକର୍ମର ଅଧିକାରୀ ହୋଇଥାନ୍ତି ।

ବାଲିଅନ୍ତା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଦିକନ୍ଦ ବେହେରା, ବାଲିପାଟଣା ବନାଞ୍ଚଳ ଅଧିକାରୀ ଜୟକୃଷ୍ଣ ଯଦୁମଣି ଦାସ, ବାଳକାଟି ଫାଣ୍ଡି ଭାରପ୍ରାପ୍ତ ଅଧିକାରୀ ମମତାଜଅଲ୍ଲୀ ଖାନ୍, ବିଧାୟକଙ୍କ  ପ୍ରତିନିଧି ଅଚୁ୍ୟତାନନ୍ଦ ପାତ୍ର,  ସମାଜସେବୀ ସୁଚିସ୍ମିତା ପୃଷ୍ଟି ଏବଂ ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଉକ୍ରଳର ଆଶୁତୋଷ ରଥ, ଆଶିଷ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବଉଳ, ଆମ୍ବ, କୃଷ୍ଣଚୂଡ଼ା, ଅଁଳା, ପିଜୁଳି  ଆଦି ୩୦ରୁ ଉଦ୍ଧ୍ୱର୍ ·ରା ରୋପଣ କରାଯାଇଥିଲା । ଏହ ଉତ୍ସବରେ ରୋଟ୍ରାକ୍ଟ କ୍ଲବ ଅଫ ଭୁବନେଶ୍ୱର ଉକ୍ରଳ ଜୟଦେବ ନାମରେ ଏକ ନୂତନ ଶାଖା ଗଠନ ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା । କାର୍ଯ୍ୟକ୍ରମକୁ ପ୍ରତୀକ ନନ୍ଦ, ଅଲିଭା ଆରତୀ ସାମନ୍ତରାୟ, ଯୁବ ସମାଜସେବୀ ରଞ୍ଜନ କୁମାର ମହାପାତ୍ର, ତାପସ ରଞ୍ଜନ ମଲ୍ଲିକ,  ଶିକ୍ଷାବିତ୍ ବିଦୁଭୂଷଣ ପଟ୍ଟନାୟକ, ପ୍ରକୃତିବନ୍ଧୁ ଦୀନବନ୍ଧୁ ଭୋଇ, ନାରାୟଣ ବେହେରା ପ୍ରମୁଖ ପରି·ଳନାରେ ସହଯୋଗ କରିଥିଲେ ।

Leave A Reply