Odisha news

ପଞ୍ଚାୟତ ସଂପାଦକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଖୋଲାଚିଠି

0

ବାଲେଶ୍ୱର : ଓଡ଼ିଶା ଅବସରପ୍ରାପ୍ତ ପଞ୍ଚାୟତ ସମ୍ପାଦକ ସଂଘର ପ୍ରତିଷ୍ଠାତା ତଥା ରାଜ୍ୟ ସାଧାରଣ ସମ୍ପାଦକ  ଭଗବାନ ମହାପାତ୍ର ଓଡ଼ିଶାର ମୁଖ୍ୟ ମନ୍ତ୍ରୀଙ୍କୁ ଇଚ୍ଛାମୃତୁ୍ୟ ସମ୍ପର୍କୀୟ ଏକ ଖୋଲାଚିଠି ଲେଖି ଏବାବଦରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅବଗତ କରାଇଛନ୍ତି  । ଶ୍ରୀ ମହାପାତ୍ର ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ୧୯୫୦ ମସିହା ଠାରୁ ୨୦୦୮ ପର୍ଯ୍ୟନ୍ତ ଦୀର୍ଘ ୫୮ ବର୍ଷଧରି ଓଡ଼ିଶାରେ କାର୍ଯ୍ୟକାରୀ ହୋଇ ଆସୁଥିବା ପଞ୍ଚାୟତ ସମ୍ପାଦକ ପଦବୀକୁ ତଥା ୨୦୦୮ ମସିହା ମେ ମାସ ୧ ତାରିଖ ଦିନ ରାଜ୍ୟ ସରକାର ଉଚ୍ଛେଦ କରିଛନ୍ତି  ।

ତକ୍ରାଳୀନ ସମସ୍ତ କାର୍ଯ୍ୟରତ ପଞ୍ଚାୟତ ସମ୍ପାଦକ ମାନଙ୍କୁ ୧୯୮୯ ମସିହା ଠାରୁ ପ୍ରଚଳିତ ହୋଇଆସୁୂଥିବା ୨୫ ଭାଗ ଗ୍ରାମସେବକ ପଦୋନ୍ନତି ବ୍ୟବସ୍ଥାକୁ ଆଧାର କରି ସମସ୍ତ ପଞ୍ଚାୟତ ସମ୍ପାଦକ ମାନଙ୍କୁ ପଦନ୍ନୋତି କରିଦେଲେ  ।  ୨୦୦୮ମସିହା ଠାରୁ ଅଦ୍ୟାବଧି ଓଡ଼ିଶା ଅବସରପ୍ରାପ୍ତ ପଞ୍ଚାୟତ ସମ୍ପାଦକ ସଂଘ ସରକାରଙ୍କ ନିକଟରେ ଆର୍ଥିକ ସହାୟତା ପାଇଁ ନିବେଦନ କରି କୌଣସି ସୁଫଳ ପାଇ ନାହାଁନ୍ତି  । ଏହି ପରିପ୍ରେକ୍ଷୀରେ  ଓଡ଼ିଶାରେ ଥିବା ୧୨ଶହ ପୂର୍ବତନ ସହ କର୍ମୀ ବୃଦ୍ଧ ଭାଇମାନଙ୍କ ଆଶା ପୂରଣ ନକରିପାରି ଇଚ୍ଛାମୃତୁ୍ୟପଥ ଆଦରି ନେଇଛି ବୋଲି ଶ୍ରୀ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଲିଖିତଭାବେ ଜଣାଇଛନ୍ତି  । ଯଦି ସରକାର ଆଗାମୀ ଗାନ୍ଧୀଜୟନ୍ତୀ ମଧ୍ୟରେ କୌଣସି ପଦକ୍ଷେପ ନନିଅନ୍ତି ତେବେ ଶ୍ରୀ ମହାପାତ୍ର ଯେକୌଣସି ଦିନ ଯେକୌଣସି ସ୍ଥାନରେ ଇଚ୍ଛାମୃତୁ୍ୟ ପଥ ଆଦରୀନେବେ ବୋଲି  ଚେତାବନୀ ଦେଇଛନ୍ତି  ।

Leave A Reply