Odisha news

ଔପଦାର: ୨ ଦିନରେ ୨୪ ଜଣ ପଜେଟିଭ ଚିହ୍ନଟ

0

ଔପଦା : ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକରେ ଦିନକୁ ଦିନ କରୋନା ପଜେଟିଭ ଚିହ୍ନଟ ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକମାନଙ୍କ ମଧ୍ୟରେ ଏକପ୍ରକାର ଭୟ ସୃଷ୍ଠି ହେଉଛି । ୨୦ ଓ ୨୧ ତାରିଖ ୨ ଦିନରେ ୨୩୬ ଜଣଙ୍କର ଆଣ୍ଟିଜେନ ଟେଷ୍ଟ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୪ ଜଣଙ୍କ ପୋଜେଟିଭ ଥିବା ପରୀକ୍ଷାରୁ ଜଣାଯାଇଛି ।

ଏହି ଚିହ୍ନଟ ମଧ୍ୟରୁ ସ୍ଥାନୀୟ ଅଗ୍ନିଶମ କେନ୍ଦ୍ର ଜଣେ କର୍ମଚାରୀ ଥିବା ବେଳେ ଅଘିରାପଦା ପଞ୍ଚାୟତର ଗୋଟିଏ ପରିବାରରୁ ୧୨ ଜଣ ପଜେଟିଭ ଚିହ୍ନଟ ହୋଇଥିବା ଜାଣିବାକୁ ମିଳିଛି । ଏହି ସବୁ ଚିିହ୍ନଟ ବ୍ୟକ୍ତିମାନେ ଲୋକାଲ କେଶ୍ ହୋଇଥିବାରୁ ଏମାନଙ୍କୁ ସ୍ଥାନୀୟ କୋଭିଡ ସେଣ୍ଟର ଓ ହୋମ କ୍ୱାରେନ୍ଟାଇନରେ ରଖାଯାଇଥରବା ଜଣାଯାଇଛି

Leave A Reply