Odisha news

ପରିଖି ପଞ୍ଚାୟତରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ

0

ବାଲେଶ୍ୱର : ସଦର ବ୍ଲକ ଅନ୍ତର୍ଗତ ପରିଖି ପଞ୍ଚାୟତର ହଣାଘୋଟ ଠାରେ ସଦର ନିର୍ବାଚନ ମଣ୍ଡଳୀର ନେତା  ତଥା ସ୍ୱର୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁତ୍ର ମାନସ କୁମାର ଦତ୍ତ ଙ୍କ ନେତୃତ୍ୱ ଏବଂ ସଭାନେତ୍ରୀ ମାମୁନି ହାତୀଙ୍କ ତତ୍ତ୍ୱାବଧାନରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ବିଜେଡି ଏବଂ କଂଗ୍ରେସ ଦଳର ୪୦ ରୁ ୫୦ ଯୁବକ ଓ ମହିଳା ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନ ହିତକାରୀ ଯୋଜନା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ନେତୃତ୍ୱକୁ ଭରଷା ରଖି  ତଥା ସ୍ୱର୍ଗତ ବିଧାୟକ ମଦନମୋହନ ଦତ୍ତଙ୍କ ଅଧୁରା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାର ସଂକଳ୍ପ ନେଇ ପରିଖି ପଞ୍ଚାୟତର ଦିଲ୍ଲୀପ ପ୍ରଧାନ, ଅରବିନ୍ଦ ସାସମଲ, ଦେବାଶିଷ ପାଳ, ବିଜୟ ପାଲ, ଦେବ ସିଂ, ଗୀତାଞ୍ଜଳୀ ପ୍ରଧାନ, ନିହାରିକା ସାସମଲ, ସୁକାନ୍ତି ଜେନା, ସବିତା ଦେ, ବିଶ୍ୱଜିତ୍ ପ୍ରଧାନ, ଜଗଦୀଶ ମାଇତି, ଅଭିଜିତ ପ୍ରଧାନ, ଅଜୟ ମାଇତି, ଦୀନବନ୍ଧୁ ଘଡ଼େଇ, ଶୁକଦେବ ଜେନା ପ୍ରମୁଖ ବହୁ ବ୍ୟକ୍ତିର ବିଜେପିରେ ଯୋଗଦାନ କରିଛନ୍ତି । ସ୍ୱର୍ଗତ ବିଧାୟକ ମଦନମୋହନ ଦତ୍ତ ୧ ବର୍ଷ  ମଧ୍ୟରେ ଯେଉଁଭଳି ଉନ୍ନତମାନର କାର୍ଯ୍ୟ କରିଯାଇଛନ୍ତି  ।

ତାହା ପୂର୍ବରୁ କେବେ ସମ୍ଭବପର ହୋଇନଥିଲା ଏବଂ ସ୍ୱର୍ଗତ ଦତ୍ତଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ସେମାନେ ପ୍ରତିଶୃତି ବଦ୍ଧ ହୋଇଛନ୍ତି । ସମସ୍ତଙ୍କ ଯୋଗଦାନ ଦଳର ସଙ୍ଗଠନକୁ ସୁଦୃଢ କରିବା ସହିତ ଆଗାମୀ ନିର୍ବାଚନରେ ଶକ୍ତିଶାଳୀ କରିବ ବୋଲି ସଦର ବିଜେପି ନେତା ମାନସ କୁମାର ଦତ୍ତ ମତ ରଖିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକ ପ୍ରତିନିଧି ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ମଣ୍ଡଳ ସଭାପତି ଅନୀଲ ପାତ୍ର, ମଣ୍ଡଳ ପ୍ରଭାରୀ ଅନନ୍ତ ନାୟକ, ପଞ୍ଚାୟତ ସଭାପତି ଦୀପକ ଆଚାର୍ଯ୍ୟ,  ସୋସିଆଲ ମିଡିଆ ସଂଯୋଜକ ସରୋଜ ପରିଡା, ସୁବାସ ହାତୀ, ବ୍ରଜ ପରିଡା, ବାବୁ ଖଟୁଆ, କୁନା ମହାତା ପ୍ରମୁଖ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ

Leave A Reply