ଭୋଗରାଇ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ତାରାପୁର ନୋଡ଼ାଲ ହାଇସ୍କୁଲର ଛାତ୍ରୀ ଇତିଶ୍ରୀ ଗିରି ଚଳିତ ମେଟି୍ରକ୍ ପରୀକ୍ଷାରେ ୫୬୦ନମ୍ବର ରଖି ବ୍ଲକରେ ଟପ୍ପର ହୋଇଛନ୍ତି । ଡିହକଖଡ଼ା ଗ୍ରାମର କରୁଣାନିଧି ଗରି ଓ ମାତା କାନ୍ତି ଗିରିଙ୍କ କନ୍ୟା ଇତିଶ୍ରୀ ଦୈନିକ ୧୦ ରୁ ୧୨ ଘଣ୍ଟା ପାଠପଢିବାରେ ସମୟ ଦେଉଥିଳେ । ମ୍ୟାଟି୍ରକ୍ ପରୀକ୍ଷାଫଳ ପ୍ରକାଶପରେ ସେ ବିଜ୍ଞାନ ଓ ଇଂରାଜୀରେ ପାଇଥିବା ମାର୍କରେ ସନ୍ତୁଷ୍ଟ ନୁହଁନ୍ତି ବୋଲି କହିଛନ୍ତି ।
ସେ ଦୁଇଟି ବିଷୟରେ ରିଚେକିଂ କରିବା ପାଇଁ ଆବେଦନ କରିବେ ବୋଲି କହିବା ସହ ତାଙ୍କର ଏହି ଦୁଇଟି ଖାତା ସଠିକ୍ ଭାବେ ମୂଲ୍ୟାୟନ ହୋଇନଥିବାରୁ ନମ୍ବର କମିଯାଇଛି ବୋଲି ପ୍ରକାଶ କରିଛନ୍ତି । ଭବିଷ୍ୟତରେ ସେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ହେବାର ଲକ୍ଷ୍ୟ ରଖିଛନ୍ତି । ନିଜର ସଫଳତା ପାଇଁ ପିତାମାତା ଓ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀଙ୍କ ସମେତ ଗୃହଶିକ୍ଷକଙ୍କୁ ଶ୍ରେୟ ଦେଇଛନ୍ତି । ଆଗକୁ ଭଲ କଲେଜରେ ପାଠପଢି ଭୋଗରାଇ ଏବଂ ଓଡ଼ିଶାର ଗୌରବ ରଖିବେବୋଲି ମନରେ ଆଶା ବାନ୍ଧିଛନ୍ତି । ଇତିଶ୍ରୀଙ୍କ ସଫଳତା ପାଇଁ ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ସମେତ ତାରାପୁର ହାଇସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ଶିକ୍ଷକ ନେତାମାନେ ଶୁଭେଚ୍ଛା ଜଣାଇଛନ୍ତି