Odisha news

ଖୋର୍ଦ୍ଧା : ଜିଲ୍ଲାରେ ପାଶ୍ ହାର ୮୭.୨୮%

0

ଖୋର୍ଦ୍ଧା : ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ଼ ଦ୍ୱାରା ପରିଚାଳିତ ମାଟି୍ରକ୍ ପରୀକ୍ଷା ଫଳ ବୁଧବାର ଦିନ ପ୍ରକାଶ ପାଇଥିବାବେଳେ ଏଥିରେ ଖୋର୍ଦ୍ଧା ଜିଲ୍ଲାର ପାଶ୍ ହାର ୮୭.୨୮% ରହିଛି । ଖୋର୍ଦ୍ଧା ଜିଲ୍ଲାର ସମୁଦାୟ ୧୨୫ଟି ସେଂଟରରେ ୩୩୮ଟି ସ୍କୁଲ୍ ର ୨୭ହଜାର ୧୧୦ପିଲା ପରୀକ୍ଷା ପରୀକ୍ଷା ଫର୍ମ ପୁରଣ କରିଥିବାବେଳେ  ୨୬ହଜାର ୭୨୭ ପିଲା ପରୀକ୍ଷା ଦେଇଥିଲେ ଏବଂ ଅବଶିଷ୍ଟ ୩୮୩ ପିଲା ପରୀକ୍ଷା ଦେଇନଥିଲେ । ସେମାନଙ୍କ ମଧ୍ୟରୁ ୬ଜଣ ପିଲା ପରୀକ୍ଷା ସମୟରେ କପି କରି ଧରାହୋଇଥିବାରୁ ସେମାନଙ୍କର ରେଜଲ୍ଟ ବାହାରିନଥିବାବେଳେ ୨୬ହଜାର ୭୨୧ଜଣ ପିଲାଙ୍କର ପରୀକ୍ଷାଫଳ ବୁଧବାର ଦିନ ପ୍ରକାଶ ପାଇଛି ।

ସେଥି ମଧ୍ୟରୁ  ଗ୍ରେଡ଼୍ ଇ୧ ରେ ୧୮୨ ପିଲା ପାଇଥିବାବେଳେ , ଗ୍ରେଡ଼୍ ଇ୨ ରେ ୯୫୨, ଗ୍ରେଡ଼୍  ଈ୧ ରେ ୧୭୨୧, ଗ୍ରେଡ଼୍  ଈ୨ ରେ  ୨୬୧୦, ଗ୍ରେଡ଼୍  ଉ ରେ  ୩୫୭୯, ଗ୍ରେଡ଼୍ ଊ ରେ  ୫୩୧୫ ଏବଂ  ଋ ଗ୍ରେଡ଼୍ ରେ ୮୯୬୭ ରହିଥିବାବେଳେ ଗ୍ରେଡ ଏଫ୍ ରେ ୩୩୯୫ ରହିଛନ୍ତି । ସମୁଦାୟ ୨୩୩୨୬ଜଣ ପରୀକ୍ଷାର୍ଥୀଙ୍କ ଫଳ ପ୍ରକାଶ ପାଇଥିବାବେଳେ ତନ୍ମଧ୍ୟରେ ୧୧୨୫୬ ଜଣ ଛାତ୍ର ଓ ୧୨୦୭୦ଜଣ ଛାତ୍ରୀ ରହିଛନ୍ତି । ତେବେ ଚଳିତବର୍ଷ ‘ଏ୧’ ଓ ‘ଏ୨’ ରେ ଜିଲା ରାଜ୍ୟରେ ୧ନଂ ହୋଇଥିବାବେଳେ ପାସ ହାର ରେ ଜିଲ୍ଲା ୮୭.୨୮% ରହି ରାଜ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ବନ୍ଦନା ମହାପାତ୍ର ସୂଚନା ଦେଇଛନ୍ତି ।

Leave A Reply