ବାଲେଶ୍ୱର-୧୭/୦୮ -ବାଲେଶ୍ୱର ଜିଲ୍ଲା ପ୍ରଶାସନ, ଆର୍ ଏଣ୍ଡ ବି ଏବଂ ସଶସ୍ତ୍ର ପୁଲିସ ବାହିନୀ ତାମୁଳିଆ ଫାଟକ ଠାରୁ ଷ୍ଟେସନ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ଉଠାଦୋକାନୀ ଓ ପଥବିକ୍ରେତା ମାନଙ୍କ ଜୀବିକା ଅର୍ଜନର ବ୍ୟବସ୍ଥାକୁ ଧ୍ୱଂସ କରିଛନ୍ତି । ଗତକାଲି ଏହି ଉଚ୍ଛେଦ ପ୍ରକି୍ରୟା ·ଲିଥିବା ବେଳେ କାଉନସିଲର ବିଶ୍ୱଜିତ୍ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚô ୨ଦିନ ପାଇଁ ଉଚ୍ଛେଦ ବନ୍ଦ ନିମନ୍ତେ ଅନୁରୋଧ କରିବାପରେ ଉଚ୍ଛେଦ ସ୍କ୍ୱାର୍ଡ ଫେରିଯାଇଥିଲେ । ଆଜି ସକାଳେ ଓଡ଼ିଶା ପଥବିକ୍ରେତା ସଂଘ ପକ୍ଷରୁ ପ୍ରାୟ ୫ଶହ ପଥବିକ୍ରେତା ବାଲେଶ୍ୱର ଓଭରବି୍ରଜ୍ ନିକଟରୁ ଏକ ଶୋଭାଯାତ୍ରାରେ ଯାଇ ବାଲେଶ୍ୱର ଟାଉନ୍ ଭେଣ୍ଡିଂ କମିଟି ଅଧ୍ୟକ୍ଷ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ । ଉପଜିଲ୍ଲାପାଳ କହିଥିଲେ ଯେ ରାସ୍ତା ପ୍ରଶସ୍ତି କରଣ ପାଇଁ ପୂର୍ବରୁ ଯେଉଁଠାରେ ଚିହ୍ନଟ କରାଯାଇଥିଲା ସେହି ଚିହ୍ନ ଅବମାନନା କରି ରାସ୍ତାରେ ବସିଥିବା ଦୋକାନୀମାନଙ୍କୁ ଉଚ୍ଛେଦ କରାଯିବ ବାକି ଚିହ୍ନ ବାହାରେ ଥିବା ଦୋକାନୀକୁ ଉଚ୍ଛେଦ ହେବ ନାହିଁ । ଆସନ୍ତା ଶେଷ ସପ୍ତାହ ମଧ୍ୟରେ ଟିଭିସି ବୈଠକ ବସି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶୃତି ଦେଇଥିଲେ । ଏହି ପ୍ରତିଶୃତିପରେ ଉଠାଦୋକାନୀମାନେ ଦୋକାନ ନିକଟକୁ ଯିବାପରେ ଆର୍ଏଣ୍ଡବିର କନିଷ୍ଠ ଯନ୍ତ୍ରୀ, ମାଜିଷ୍ଟ୍ରେଟ୍ ଓ ପୁଲିସ ଜେସିବି ଲଗାଇ ଉଚ୍ଛେଦ ଆରମ୍ଭ କଲେ । ଉଠାଦୋକାନୀ ସଂଘର ନେତା ଜୟନ୍ତ ଦାସଙ୍କ ସମେତ ଅରୁଣ ଜେନା, ପ୍ରେମ ରଂଜନ ପାତ୍ର, ଆବିଦ୍ ଖାନ୍, ଦିବାକର ଜେନା, ଟିପିରି ସିଂ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚô ଚିହ୍ନ ବାହାରେ ଅର୍ଥାତ୍ ପିଚୁ ପରେ ୪.୫ ମିଟର ବାହାରେ ଥିବା ଦୋକାନ ଉଚ୍ଛେଦକୁ ବିରୋଧ କରିବାରୁ କମଳା ନାୟକଙ୍କ ସମେତ ୨୦/୨୫ଜଣଙ୍କୁ ଗିରଫ କରାଯାଇଥିଲା । ଏବାବଦରେ ଜିଲ୍ଲାପାଳଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯିବାରୁ ସେ ଅଧଘଣ୍ଟା ଭିତରେ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚôବାର ପ୍ରତିଶୃତି ଦେଇଥିଲେ ମଧ୍ୟ ଉପଜିଲ୍ଲାପାଳ ଘଟଣାସ୍ଥଳକୁ ଗଲେ ନାହିଁ ଏବଂ ଦୋକାନଗୁଡ଼ିକୁ ଉଚ୍ଛେଦ କରାଯାଇଥିଲା ।