Odisha news

ଜାତୀୟ କଂଗ୍ରେସର ହାଲ୍ଲାବୋଲ କାର୍ଯ୍ୟକ୍ରମ ବାଲେଶ୍ୱର ଜିଲ୍ଲାରେ ଶୁଭାରମ୍ଭ

0

ବାଲେଶ୍ୱର-୧୭/୦୮ : ଦରଦାମ ବୃଦ୍ଧି ବିରୋଧରେ ଜାତୀୟ କଂଗ୍ରେସ ପକ୍ଷରୁ ଡାକରା ଦିଆଯାଇଥିବା ମେହେଙ୍ଗାଇ ପର୍ ହାଲ୍ଲାବୋଲ କାର୍ଯ୍ୟକ୍ରମ ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ନେତା ତଥା ରାଜ୍ୟ କଂଗ୍ରେସର ମୁଖ୍ୟପାତ୍ର ସୁଦର୍ଶନ ଦାସଙ୍କ ନେତୃତ୍ୱରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅମର୍ଦ୍ଦାରୋଡ଼ରେ ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବାଲେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ କୁମାର ଗିରି ଉପସ୍ଥିତ ରହି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଥମେ ଅମର୍ଦ୍ଦାରୋଡ଼ ପେଟ୍ରୋଲପମ୍ପ ଛକଠାରୁ ଏକ ବିଶାଳ ଶୋଭାଯାତ୍ରାରେ କଂଗ୍ରେସ କର୍ମୀ ଓ ନେତୃତ୍ୱମାନେ ଯାଇ ଅମର୍ଦ୍ଦାରୋଡ଼ ଷ୍ଟେସନ ସାମ୍ନାରେ ପହଞ୍ଚô ସେଠାରେ ଏକ ପଥପ୍ରାନ୍ତ ଶୋଭମାଧ୍ୟମରେ ଜନସାଧାରଣଙ୍କୁ ମୋଦୀ ସରକାରଙ୍କ ଜନମାରଣ ନୀତି ତଥା ମେହେଙ୍ଗାଇ ବିରୋଧରେ ହାଲ୍ଲାବୋଲ ମାଧ୍ୟମରେ ସଚେତନ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କେ.କେ.ସି ଜିଲ୍ଲା ସଭାପତି ବିକାଶ ଦାସ,ସତ୍ୟନାରାୟଣ ଗୁପ୍ତା, ଅରୁଣ ଜେନା, ମନୋଜ ମହାନ୍ତି, ସୁଦାମ ପାତ୍ର, ଭାଗବତ ଦାସ, ଉମେଶ ପ୍ରଧାନ, ରବିନ୍ଦ୍ର ଦାସ, ପ୍ରଭାସ ମଣ୍ଡଳ, ଅନନ୍ତ ଗିରି, ରବିନ୍ଦ୍ର ଭଂଜ, ରାଜୀବ ପରିଡ଼ା,ଜୟନ୍ତ ମହାପାତ୍ର, ସୁଶାନ୍ତ ସାହୁ, ଅରୁଣ ମଣ୍ଡଳ, ପଦ୍ମଲୋଚନ ବେହେରା ପ୍ରମୁଖ ଉପସ୍ଥିତଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ଜେନା ପରି·ଳନା କରିଥିଲେ ।

Nalco
Leave A Reply