Odisha news

ବରୁଣସିଂ ଗ୍ରାମପଞ୍ଚାୟତରେ କଂଗ୍ରେସର ପଦଯାତ୍ରା

0

ବାଲେଶ୍ୱର-୧୨/୦୮ : ସ୍ୱାଧିନତାର ୭୫ବର୍ଷ ପାଳନ ଅବସରରେ ଭାରତବାସୀଙ୍କ ମଧ୍ୟରେ ଏକତା ଓ ଭାଇ·ରାକୁ ମଜବୁତ କରିବା ପାଇଁ ଜାତୀୟ କଂଗ୍ରେସର ଡାକରାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନରେ ଗତ ୯ ତାରିଖ ଠାରୁ ଆଗାମୀ ୧୫ ତାରିଖ ପର୍ଯ୍ୟନ୍ତ ୭୫ କି.ମି. ପର୍ଯ୍ୟନ୍ତ ପଦଯାତ୍ରାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ୯ ତାରିଖ ଦିନ ନୀଳଗିରି ନିର୍ବାଚନ ମଣ୍ଡଳୀ ଏହି ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ୧୧ ତାରିଖ ଦିନ ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରୁଣସିଂ ଗ୍ରା.ପ.ରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରିଙ୍କ ନେତୃତ୍ୱରେ ଆୟୋଜିତ ଏହି ପଦଯାତ୍ରାରେ ଶତାଧିକ କଂଗ୍ରେସ କର୍ମୀ ଓ ନେତୃବର୍ଗ ବରୁଣସିଂ ଗ୍ରା.ପ.ର ମଣ୍ଡଗାଁ ତାରିଣୀ ଛକଠାରୁ ପଦଯାତ୍ରା ଆରମ୍ଭ କରି ଟିଣା ପାଣିଟାଙ୍କି ଛକଠାରେ ଶେଷ କରିଥିଲେ । ଏହି ପଦଯାତ୍ରାରେ ରେମୁଣା ବ୍ଲକ କଂଗ୍ରେସ ସଭାପତି ତରୁଣ ଦାସଙ୍କ ସମେତ ପ୍ରଦୀପ ଦାସ, ବିକାଶ ଦାସ,ଗୌତମ ସାହୁ,ନିରଂଜନ ବେହେରା, ଘନଶ୍ୟାମ ବେହେରା,ଭବାନୀ ମହାଳିକ, କହ୍ନେଇ ବେହେରା,ସୌରଭ ବେହେରା, ନବକିଶୋର ଭୂୟାଁ, ପରିତୋଷ ମଣ୍ଡଳ, ଅରୁଣ ଜେନା, ଶିବପ୍ରସାଦ ମହାକୁଡ଼ୁ, ପ୍ରଦୀପ ସେଠୀ, ଗଜେନ୍ଦ୍ର ମହାକୁଡ, ଉଲ୍ଲାସ ବାରିକ, ଲକ୍ଷ୍ମୀଧର ପାତ୍ର, ମହେନ୍ଦ୍ର ମଲ୍ଲିକ, ପ୍ରଭାକର ମଲ୍ଲିକ, ପଲାଇ ଦାସ, ଜୀବନ ନାୟକ,ଲମ୍ବୋଦର ମହାନ୍ତି ପ୍ରମୁଖ ସାମିଲ ଥିଲେ ।

Leave A Reply