Odisha news

ପ୍ରଥମ ବାଚସ୍ପତିଙ୍କ ଜୟନ୍ତୀରେ ୧୭ଜଣ ସମ୍ବର୍ଦ୍ଧିତ

0

ଖଇରା-୧୨/୦୮ : ଓଡ଼ିଶା ବିଧାନ ସଭାର ପ୍ରଥମ ବାଚସ୍ପତି ତଥା ଖଇରା ବ୍ଲକ ପାର୍ବତୀପୁର ଗ୍ରାମରେ ଜନ୍ମିତ ସ୍ୱର୍ଗତଃ ମୁକୁନ୍ଦ ପ୍ରସାଦ ଦାସଙ୍କ ୧୩୬ତମ ଜନ୍ମଜୟନ୍ତୀ ଖଇରା ବ୍ଲକ ଶିକ୍ଷକ ସଂଘ ଭବନରେ ଅନୁଷ୍ଠିତ ହୋଇଯାଇଛି । ମୁକୁନ୍ଦ ଦାସ ସ୍ମୃତି କମିଟିର ସଭାପତି ଉମେଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ସଭାରେ ବିଶିଷ୍ଟ ସାହିତି୍ୟକ ହରିହର ପାଣିଗ୍ରାହୀ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତାଭାବେ କୃଷ୍ଣଚନ୍ଦ୍ର ପତ୍ରୀ, ସମ୍ମାନୀତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ,ଖଇରା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ମୁକ୍ତିକାନ୍ତ ଶତପଥି, ଅବସରପ୍ରାପ୍ତ ପ୍ରଧାନ ପଣ୍ଡିତ ବୁଦ୍ଧିରାମ ପାଣିଗ୍ରାହୀ ଯୋଗଦେଇଥିଲେ । ଅଭିରାମ ମହାପାତ୍ର ବିବରଣୀ ପାଠ କରିଥିବା ବେଳେ ସ୍ୱର୍ଗତ ଦାସ ବାଚସ୍ପତି ଥିବା ସମୟରେ କେବଳ ଖଇରା-ସିମୁଳିଆ ନୁହେଁ ଓଡ଼ିଶାର ବହୁ ଅଞ୍ଚଳରେ ଅନେକ ପ୍ରଗତି ହୋଇଥିଲା ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ ସର୍ବଶ୍ରୀ ଶରତ କୁମାର ବିଶ୍ୱାଳ, ରାଧାଶ୍ୟାମ ପଣ୍ଡା, କୃଷ୍ଣଚନ୍ଦ୍ର ପତ୍ରୀ, ମୁକ୍ତିକାନ୍ତ ଶତପଥି,ଉମେଶ ଚନ୍ଦ୍ର ନାୟକ,ବିଷ୍ଣୁମୋହନ ଶତପଥୀ, ପଦ୍ମଲୋଚନ ଜେନା, ସୁଦାମ ଚରଣ ରାଉତ, ଡା. ସଂଜୀବା ବିଶ୍ୱାଳ, ଅଭିରାମ ମହାପାତ୍ର,ବଳରାମ ପଣ୍ଡା, କୈଳାସ ଚନ୍ଦ୍ର ଦାସ, ଉକ୍ରଳବନ୍ଧୁ ପଣ୍ଡା, ବାବାଜୀ ଚରଣ ଷେଣ୍ଢ, ବୁଦ୍ଧିରାମ ପାଣିଗ୍ରାହୀ,ବର୍ଷା ମହାପାତ୍ର ପ୍ରମୁଖଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା

Nalco
Leave A Reply