Odisha news

ବାଲେଶ୍ୱର ଜିଲ୍ଲାକୁ ବିଶୋଧନ କରୁଛି ଡ୍ରୋନ

0

ବାଲେଶ୍ୱର : ମହାମାରୀ କରୋନା ଭୂତାଣୁ କବଳରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ରକ୍ଷା, ମାସ୍କ ପରିଧାନ ଓ  ସାନିଟାଇଜ୍ ହିଁ ମାଧ୍ୟମ ପାଲଟି ଥିବା ବେଳେ ଏବେ ବାଲେଶ୍ୱର ଜିଲ୍ଲାକୁ ସେନିଟାଇଜ୍ କରୁଛି ଡ୍ରୋନ୍  ।  ବାଲେଶ୍ୱର ସହର ଠାରୁ ୧୪ କି.ମି. ଦୂରରେ ଥିବା ଚାନ୍ଦିପୁର ସମନ୍ୱିତ କ୍ଷେପଣାସ୍ତ୍ର କେନ୍ଦ୍ର ଦ୍ୱାରା ଏହି ଏରିଏଲ୍ ସେନିଟାଇଜ୍ ବ୍ୟବସ୍ଥା ଡ୍ରୋନ୍ଦ୍ୱାରା କରାଯାଉଛି  । ଆନ୍ନା ୟୁନିଭରସିଟି ଓ ଆଇଟିଆର୍ ଚେନ୍ନାଇର ମିଳିତ ସହଭାଗିତାରେ ବିକଶିତ ହୋଇଥିବା ଡ୍ରୋନ ଦ୍ୱାରା ସହରର ବିଭିନ୍ନ ଅଞ୍ଚଳକୁ ସେନିଟାଇଜ୍ କରାଯିବାର ବ୍ୟବସ୍ଥା ହୋଇଥିବା ଜଣାଯାଏ  ।

ଯେଉଁ ଡ୍ରୋନଟି ଏହି ସେନିଟାଇଜ୍ କାର୍ଯ୍ୟ କରୁଛି ତାହା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ବେଳେ ଏହା ଏକକାଳୀନ ଅନେକ କାର୍ଯ୍ୟ କରିପାରିବ ବୋଲି କୁହାଯାଉଛି  ।  ଏପରିକି ଏହି ଡ୍ରୋନ୍ଟି ଅଟୋମେଟିକ୍ ଭାବେ କାର୍ଯ୍ୟ କରିବ  ।  ଏଥିରେ ଜିପିଏସ୍ ଲାଗିଥିବାରୁ ରିମୋଟ୍ ଦ୍ୱାରା ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଯାଇ ସାନିଟାଇଜ୍ କରିବା ପରେ ପୁଣି ନିଜ ସ୍ଥାନକୁ ଫେରିଆସିବାର ସୁବିଧା ରହିଛି  । ସେହିପରି ଏଥିରେ ୪ଟି ନୋଜଲ ରହିଛି  । ଯାହାକି ଚର୍ତୁଃପାର୍ଶ୍ୱକୁ ସେନିଟାଇଜ୍ କରିପାରିବ  । ଏଥିରେ ୧୫ରୁ ୨୦ ଲିଟର ସେନିଟାଇଜର ଭର୍ତ୍ତି କରାଯାଇପାରିବ  ଏବଂ ୨୦ ମିଟର ଉଚ୍ଚତାରେ ଉଡ଼ି ଅଞ୍ଚଳକୁ ସେନିଟାଇଜ କରିବାର କ୍ଷମତା ମଧ୍ୟ ରହିଛି  ।  ପ୍ରଥମ ପର୍ଯ୍ୟାୟରେ ଡ୍ରୋନ ଦ୍ୱାରା ପୋଲିସଲାଇନ୍ ଅଞ୍ଚଳକୁ ସେନିଟାଇଜ୍ କରାଯାଇଥିବା ଜଣାଯାଏ  । ଏଠାରେ ଉଲ୍ଲେଖ ଯୋଗ୍ୟଯେ ବାଲେଶ୍ୱର ଜିଲ୍ଲାରେ ଦିନକୁ ଦିନ କରୋନା ପଜେଟିଭ୍ଙ୍କ ସଂଖ୍ୟା ବୃଦ୍ଧିପାଇ ଏବେ ଏହି ସଂଖ୍ୟା ୮୩୭ରେ ପହଞ୍ଚôଥିବା ବେଳେ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି

Leave A Reply