Odisha news

ଆଇନଜୀବୀ ପଞ୍ଚାନନ ପରିଡ଼ାଙ୍କ ବିୟୋଗରେ ଶୋକ

0

ବାଲେଶ୍ୱର-୦୨/୦୫ :  ବରିଷ୍ଠ ଆଇନଜୀବୀ, ଲେଖକ, ଦଳିତବାର୍ତ୍ତାର ସମ୍ପାଦକ, ବିଭିନ୍ନ ସାମାଜିକ ଓ ଗଣତାନ୍ତ୍ରିକ ସଂଗଠନର କର୍ମକର୍ତ୍ତା ତଥା ସାମାଜିକ ନ୍ୟାୟ ଆନେ୍ଦାଳନର ଜଣେ ସଚ୍ଚାକର୍ମୀ ପଞ୍ଚାନନ ପରିଡ଼ାଙ୍କ ସୋମବାର ଦିନ ସକାଳେ ଆକସ୍ମିକ ଦୁର୍ଘଟଣାରେ ଦେହାନ୍ତ ହୋଇଯାଇଥିବାରୁ ବିଭିନ୍ନ ସଂଗଠନ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନର ରାଜ୍ୟ ସଂପାଦକ ଦେବରଞ୍ଜନ ଓ ଜିଲ୍ଲା ସଭାପତି ଡ. ବଂଶୀଧର ଚୌଧୁରୀ, ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ଲକ୍ଷ୍ମୀଧର ବେହେରା, ମେଡିକାଲ୍ କଲେଜ୍ କି୍ରୟାନୁଷ୍ଠାନ କମିଟିର ଜନସମ୍ପର୍କ ସମ୍ପାଦକ ଗୌରାଙ୍ଗ ପାଣିଗ୍ରାହୀ, ଚାଷୀ ଏକତା ମଞ୍ଚର ସଭାପତି ଅରୁଣ ଜେନା, ସି.ପି.ଆଇ ଜୋନ୍ ସମ୍ପାଦକ ଜୟନ୍ତ ମହାନ୍ତି ଓ ଯତୀନ୍ ପାତ୍ର, ଆଇନଜୀବୀ ନିରଞ୍ଜନ ପରିଡ଼ା, ଗଣଚେତନା ମଞ୍ଚର ସଭାପତି କୁଶଧ୍ୱଜ ଜେନା ଓ ସୂଚନା ଅଧିକାର ଅଭିଯାନର ଜିଲ୍ଲା ଆବାହକ ଅନୁଜ ମହାପାତ୍ର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ ।

Ad2
Leave A Reply