Odisha news

ବି ଏସ୍ ପ୍ରଡ଼କସନର ନୂଆବର୍ଷ କାର୍ଯ୍ୟକ୍ରମ

0

ବାଲେଶ୍ୱର-୨୯/୧୨ :  ଜିଲ୍ଲାର ସର୍ବ ପ୍ରଥମ ବୈଦ୍ୟୁତିକ ଗଣମାଧ୍ୟମ ବିଏସ୍ ପ୍ରଡ଼କ୍ସନ ଆଜକୁ ୨୭ବର୍ଷ ହେବ ବିଭିନ୍ନ କାର୍ଯ୍ୟକ୍ରମମାନ କରିଆସୁଛି । ଚଳିତ ବର୍ଷ କରୋନାକୁ ନେଇ ଏକ ଟେଲିଫିଲ୍ମ ପ୍ରସ୍ତୁତ କରାଯାଇଛି ଯାହାର ନାମ ରହିଛି କସମସ୍ କରୋନା । ଏହାକୁ ନାଟ୍ୟକାର ହେବେନ୍ଦ୍ର ମହାପାତ୍ର ରଚନା କରିଥିବା ବେଳେ ନିଦେ୍ର୍ଦଶନା ଦେଇଛନ୍ତି ବ୍ରହ୍ମ ରଥ । ବରିଷ୍ଠ କ୍ୟାମେରା ପରିଚାଳକ ବ୍ରଜ ଷଡ଼ଙ୍ଗୀ ଓ ଉଜ୍ଜ୍ୱଳ ଚାନ୍ଦ ପରିଚାଳନା କରିଥିଲେ । ଅଭିନୟ କରିଛନ୍ତି ସଂଗ୍ରାମ ମହାନ୍ତି, ଅଜୟ ଆଚାର୍ଯ୍ୟ, ସୁଲଳିତ କର, ଶ୍ୟାମରାୟୀ କର, ସଞ୍ଜୟ ଦାସ । ଶିଶୁ କଳାକାର ଭାବରେ ଅଭିନୟ କରିଛନ୍ତି ସିପୁଲୁ ଓ ଆଦ୍ରା । ବେଶ ସଜ୍ଜା ସନା କରିଛନ୍ତି ।

ସହଯୋଗ କରିଛନ୍ତି ରବୀନ୍ଦ୍ର ଓ ଲାଲୁ । ଏଥିରେ ସମସ୍ତ କାର୍ଯ୍ୟ ବିଶ୍ୱଦୀପ, ରାଧାନାଥ ଓ ସୁତନୁ ଫୌଜଦାରଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ସେହିଭଳି ଏଥିରେ ପିଲାମାନଙ୍କୁୁ ନେଇ ଏକ ସୁନ୍ଦର ସଙ୍ଗୀତ ରହିଛି । ଯାହାକୁ ରଚନା କରିଛନ୍ତି ପୀତାମ୍ବର ଦାସ । ସଙ୍ଗୀତ ନିଦେ୍ର୍ଦଶନା ଦେଇଛନ୍ତି ଜୟନ୍ତ ବେହେରା । ଗାଇଛନ୍ତି ସ୍ୱାଗତିକା ଓ ଦିବ୍ୟ ସାଇ । ନାଚ୍ ଡ଼୍ୟାନ୍ସଗୃପ୍ର ପିଲାମନେ ଏଥିରେ ନୃତ୍ୟ କରିଥିବା ବେଳେ ନୃତ୍ୟ ନିଦେ୍ର୍ଦଶନା ଦେଇଛନ୍ତି ରୋନାଲିସା ପଣ୍ଡା ଓ ସେଖ ରାଜା । ଆସନ୍ତା ୩୧ ତାରିଖ ସନ୍ଧ୍ୟାରେ ଏହା ଜିଲ୍ଲାର ସମସ୍ତ କେବୁଲ ନେଟୱାର୍କରେ ତଥା ସମସ୍ତ ସୋସିଆଲ ମେଡ଼ିଆରେ ପ୍ରସାରିତ ହେବ ବୋଲି ଏସ୍ ପ୍ରଡ଼କ୍ସନର ମୁଖ୍ୟ ସୁତନୁ ଫୌଜଦାର ଜଣାଇ ଅଛନ୍ତି । (ଫଟୋ)

Leave A Reply