Odisha news

ଅଭିନନ୍ଦନ ସମ୍ବାଦପତ୍ରର ସ୍ୱନକ୍ଷତ୍ର ଉତ୍ସବ

0

ବାଲେଶ୍ୱର-୨୮/୧୨ : ବାଲେଶ୍ୱର ସହରରୁ ପ୍ରକାଶ ପାଉଥିବା ସାପ୍ତାହିକ ସମ୍ବାଦପତ୍ର ଅଭିନନ୍ଦନର ଦ୍ୱାଦଶ ସ୍ୱନକ୍ଷତ୍ର ଉତ୍ସବ ଓ ପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବ ପାଳିତ ହୋଇଯାଇଛି । ବାଲେଶ୍ୱର ଶିଳ୍ପାଞ୍ଚଳ ପରିସରରେ ଥିବା ଉଦ୍ୟୋଗ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଦର ବିଧାୟକ ସ୍ୱରୂପ କୁମାର ଦାସ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ । ଏହି ଉତ୍ସବରେ ଅତିଥିଭାବେ ବାଲେଶ୍ୱରର ପୂର୍ବତନ ବିଧାୟକ ତଥା ବିଶିଷ୍ଟ ଶ୍ରମିକ ନେତା ଅରୁଣ ଦେ,ବରିଷ୍ଠ ସାମ୍ବାଦିକ ତଥା ଆମ ନ୍ୟୁଜର ପରିଚାଳନା ନିଦେ୍ର୍ଦଶକ ବିପ୍ଳବ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ ତଥା ବାଲେଶ୍ୱର ପ୍ରେସ୍ କ୍ଲବର ସାଧାରଣ ସମ୍ପାଦକ ରଂଜନ ବାଗ,ଅପରାହ୍ନ ସମ୍ବାଦପତ୍ରର ସମ୍ପାଦକ ବଂଶୀଧର ଜେନା,କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ଓଡ଼ିଶା ଶାଖାର ସଭାପତି ତଥା ସାପ୍ତାହିକ ସମ୍ବାଦପତ୍ର ନବୀନର ସମ୍ପାଦକ ରବିରଥ,ଉକ୍ରଳ ସାମ୍ବାଦିକ ସଂଘର ରାଜ୍ୟ ଉପସଭାପତି ରତିକାନ୍ତ ପରିକ୍ଷା ପ୍ରମୁଖ ଯୋଗଦେଇ ସାମ୍ବାଦିକ ମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବା ଦିଗରେ ସରକାର ପଦକ୍ଷେପ ନେବାକୁ ନିବେଦନ କରିଥିଲେ । ଅଭିନନ୍ଦନର ସମ୍ପାଦକ ଜଗଦୀଶ ମିଶ୍ର ପ୍ରାକ୍ ସୂଚନା ପ୍ରଦାନ କରିଥିବା ବେଳେ କାର୍ତ୍ତିକ ଚନ୍ଦ୍ର ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଆଦର୍ଶ ଶିକ୍ଷକଭାବେ ପଞ୍ଚାନନ ନାୟକ, ସାମ୍ବାଦିକ ମହେଶ ମିଶ୍ର, ସଫଳ ଚାଷୀ ନିରଂଜନ ପାଲ, ସମାଜସେବୀ ନନ୍ଦିନୀ ପଣ୍ଡା, ପ୍ରାବନ୍ଧିକ ନଳିନୀ କୁମାର ପଣ୍ଡା,ଗାଳ୍ପିକା ଶ୍ରଦ୍ଧାଞ୍ଜଳୀ ପଣ୍ଡା, କବୟତ୍ରୀ ନମିତା ପାତ୍ର, କଳା ନିଦେ୍ର୍ଦଶକ କେଶବ ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଅମରେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ

Leave A Reply