ବାଲେଶ୍ୱର : ବହୁ ପ୍ରତୀକ୍ଷିତ ବାଲେଶ୍ୱର ସଦର ଉପନିର୍ବାଚନର ଭୋଟ ଗଣତି ଆଜି ଶାନ୍ତିଶୃଙ୍ଖଳାର ସହିତ ସମାପନ ହୋଇଛି । ବିଜେଡ଼ି ପ୍ରାର୍ଥୀ ସ୍ୱରୂପ ଦାସ ୮୩,୮୯୫ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ମାନସ କୁମାର ଦତ୍ତ ୭୦,୪୪୭ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତେବେ ବିଜେଡ଼ି ପ୍ରାର୍ଥୀ ଶ୍ରୀ ଦାସ ଶ୍ରୀ ଦତ୍ତଙ୍କୁ ୧୩,୪୪୮ରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ଏହି ନିର୍ବାଚନରେ ସ୍ୱାଧିନ ପ୍ରାର୍ଥୀ ବେଣୁଧର ବାରିକ ସୋସିଆଲମିଡ଼ିଆ ସମେତ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚିତ ଥିଲେ ମଧ୍ୟରେ ତାଙ୍କୁ ମାତ୍ର ୧୨୫୨ ଖଣ୍ଡ ଭୋଟ ମିଳିଛି ।
ସେହିପରି କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ୪୯୮୫ ,ସ୍ୱାଧିନ ପ୍ରାର୍ଥୀ ଭାଗ୍ୟ ଉଦିତ ଦାସପଟ୍ଟନାୟକ ୩୧୧ ଏବଂ ନୁମାନ ଖାଁ ୨୪୬ ଖଣ୍ଡ ଭୋଟ ପାଇଛନ୍ତି । ଅପରପକ୍ଷରେ ନୋଟାରେ ୬୯୮ ଖଣ୍ଡ ଭୋଟ ପଡ଼ିଥିବା ଜଣାପଡ଼ିଛି । ଏଠାରେ ସୂଚନାଯୋଗ୍ୟ ୨୦୧୯ ବିଧାନସଭା ନିର୍ବାଚନରେ ତକ୍ରାଳୀନ ବିଜେପି ପ୍ରାର୍ଥୀ ୰ ମଦନମୋହନ ଦତ୍ତ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ବିଜେଡ଼ିର ଜୀବନ ପ୍ରଦୀପ ଦାଶଙ୍କୁ ୧୩ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ।
ତେବେ ବିଧାୟକ ଶ୍ରୀ ଦତ୍ତଙ୍କ ବିୟୋଗରେ ଏହି ଉପନିର୍ବାଚନ ଅବସମ୍ଭାବୀ ହୋଇପଡ଼ିଥିଲା । ମଦନମୋହନ ଦତ୍ତଙ୍କ ପୁତ୍ର ମାନସ ଦତ୍ତ ବିଜେପିର ଭୋଟ ବ୍ୟାଙ୍କ ଏବଂ ପିତାଙ୍କ ବିୟୋଗ ପାଇଁ ଅନୁକମ୍ପା ଭୋଟକୁ ଆଧାର କରି ନିର୍ବାଚନ ଲଢିଥିଲେ ମଧ୍ୟ ବିଜେଡ଼ି ରାଜ୍ୟ ନେତୃବୃନ୍ଦଙ୍କ ନିର୍ବାଚନ କୌଶଳ ଆଗରେ ତାଙ୍କୁ ପରାଜୟ ବରଣ କରିବାକୁ ପଡ଼ିଛି । ବିଜେପି ହାତରୁ ଏହି ଆସନଟିକୁ ବିଜେଡ଼ି ଛଡ଼ାଇ ନେଇ ନବୀନ ପଟ୍ଟନାୟକ ତାଙ୍କର ଲୋକପି୍ରୟତାକୁ ଏହି ଉପନିର୍ବାଚନରେ ପ୍ରମାଣିତ କରିପାରିଛନ୍ତି । ଭୋଟ ଗଣତିକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦବସ୍ତ କରାଯାଇଥିଲା । ବିଜୟୀ ସ୍ୱରୂପ ଦାସ ତାଙ୍କ ପ୍ରତିକି୍ରୟାରେ କହିଛନ୍ତି କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପି୍ରୟତା ଯୋଗୁଁ ଏହି ବିଜୟ ସମ୍ଭବ ହୋଇପାରିଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସମଗ୍ର ରାଜ୍ୟରେ ଯୋଉଁ ବିକାଶଧାରା ·ଲିଛି ସେଥିରେ ବାଲେଶ୍ୱର ସାମିଲ ହେଲା ବୋଲି ସେ କହିଛନ୍ତି ।