Odisha news

ଉପନିର୍ବାଚନ : ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

0

ବାଲେଶ୍ୱର :  ଆଜି ଉପନିର୍ବାଚନ ପ୍ରଚାରର ଅନ୍ତିମ ଦିବସରେ ଅପରାହ୍ନ ସମୟରେ ସ୍ଥାନୀୟ ରୟାଲକୁଇନ୍ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଜିଲ୍ଲାର ବିପର୍ଯ୍ୟସ୍ତ ଶିକ୍ଷାବ୍ୟବସ୍ଥା, ସ୍ୱାସ୍ଥ୍ୟ,ପରିମଳ,ଗମନାଗମନ, କୃଷି, ଜଳସେଚନ ଓ ପାନୀୟ ଜଳ ସେବା ଉପରେ ଆଲୋକପାତ କରି ଶ୍ରୀ ଷଡ଼ଙ୍ଗୀ କହିଥିଲେ ଯେ ଆଜି ବାଲେଶ୍ୱରରେ ଉପନିର୍ବାଚନ ଆଗତ ହୋଇଥିବା ବେଳେ ରାଜ୍ୟରେ କ୍ଷମତାସୀନ ବିଜେଡ଼ି ସରକାରରେ ଥିବା ନେତା ମନ୍ତ୍ରୀମାନଙ୍କର ଉନ୍ନୟନ କଥା ମନେ ପଡ଼ୁଛି ।

ନିର୍ବାଚନ ପ୍ରଚାର ସମୟରେ ବିଜେଡ଼ିର ନେତା ମନ୍ତ୍ରୀମାନେ ୰ ବିଧାୟକ ମଦନମୋହନ ଦତ୍ତଙ୍କୁ ଯେଉଁଭଳି ଭାବେ କଟୁ ମନ୍ତବ୍ୟମାନ ଦେଇଛନ୍ତି ତାହା କେବଳ ୰ଦତ୍ତଙ୍କ ପାଇଁ ନୁୂହେଁ ବାଲେଶ୍ୱରର ପ୍ରତିଟି ସ୍ୱାଭିମାନ ନାଗରିକମାନଙ୍କ ପ୍ରତି ଅପମାନ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଏ ପରିସ୍ଥିତିରେ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ଭୋଟରମାନେ ଉପନିର୍ବାଚନରେ ୰ମଦନମୋହନ ଦତ୍ତଙ୍କ ପୁତ୍ର ମାନସଙ୍କୁ ପଦ୍ମଫୁଲ ଚିହ୍ନରେ ଭୋଟ ଦେଇ ବାଲେଶ୍ୱର ବାସୀ ବିଜୟୀ କରିବାକୁ ନିବେଦନ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ଜୋନାଲ ମିଡ଼ିଆ ସଂଯୋଜକ ସତ୍ୟଜିତ ମିଶ୍ର, ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ

Leave A Reply