ବାଲେଶ୍ୱର : କଂଗ୍ରେସ ଏ ଦେଶକୁ ସ୍ୱାଧିନତା ଦେଇଛି । ଦେଶ ସ୍ୱାଧିନ ହେବାରେ ବାଲେଶ୍ୱର ବାସୀଙ୍କ ଅବଦାନ ଅତୁଳନୀୟ । ବାଲେଶ୍ୱର ମାଟିକୁ ପ୍ରଣାମ କରି ବକ୍ତବ୍ୟ ଆରମ୍ଭ କରିଥିଲେ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ବିଧାୟକ ସୁରେଶ ରାଉତରାୟ । ଆଙ୍କ ପଞ୍ଚାୟତ ପୋଖରୀ ପଡ଼ିଆରେ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ବିଶାଳ ସମାବେଶରେ କଂଗ୍ରେସ ନେତା ସୁରେଶ ରାଉତରାୟ ଏହି ବକ୍ତବ୍ୟ ପ୍ରଦାନ କରିବା ସହ କହିଥିଲେ ଯେ କୋରନାରେ ତାଳିମାରିବା, ଥାଳି ବାଡ଼େଇବା କହି ଆମକୁ ଭକୁଆ ବନାଇଥିଲେ କେନ୍ଦ୍ରରେ କ୍ଷମତାସୀନ ଭାଜପା ସରକାର । ଏହି ଦୁଇଟି ପ୍ରସଙ୍ଗ କରି ସେ ଭାରତବାସୀକୁ ଭକୁଆ ବନେଇ ଦେଇଥିଲେ ବୋଲି କହିଥିଲେ ।
ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିିରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝି, ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞା ପାରମିତା ମହାନ୍ତି, କଷିପଦା ପଞ୍ଚାୟତ ସଭାପତି ମନୋରଂଜନ ମହାପାତ୍ର, ଜିଲ୍ଲା କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ ଦେବଦତ୍ତ ଦାସ, ବସ୍ତା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ସୁଧାଂଶୁ ଶେଖର ଜେନା, ପୂର୍ବତନ ସରପଞ୍ଚ ମାୟାଧର ଜେନା, ଲମ୍ବୋଦର ଜେନା, ରୂପ୍ସା ପଞ୍ଚାୟତ ସଭାପତି ଯୁବ ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଣଜିତ୍ ପାତ୍ର ପ୍ରମୁଖ ବକ୍ତବ୍ୟ ଦେଇ ରାଜ୍ୟରେ କ୍ଷମତାସୀନ ନବୀନ ପଟ୍ଟନାୟକଙ୍କ ବିଜେଡ଼ି ସରକାର ଓ କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦୀ ସରକାରଙ୍କ ଉପରେ ବିଷୋଦ୍ଗାର କରିବା ସହ ଏକ ସ୍ୱଚ୍ଛ ଶାସନ ଆଣିବା ପାଇଁ ଆଗାମୀ ଉପନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀନୀ ମମତା କୁଣ୍ଡୁଙ୍କୁ ହାତ ଚିହ୍ନରେ ମୋହରମାରି ବିଜୟୀ କରିବା ନିମନ୍ତେ ନିବେଦନ କରିଥିଲେ ।
ସଭା ଆରମ୍ଭ ପୂର୍ବରୁ ରୁପ୍ସା କଲେଜ ଛକରୁ ଏକ ବିରାଟ ସଭାଯାତ୍ରା ବାହାରି ଆଙ୍କ ପଞ୍ଚାୟତ ପୋଖରୀ ପଡ଼ିଆ ପର୍ଯ୍ୟନ୍ତ ଯାଇଥିଲା । ଅପରାହ୍ନ ସମୟରେ କଷାଫଳ ଠାରେ ଆୟୋଜିତ ଏକ ସଭାରେ ସୁରେଶ ରାଉତରାୟ ପୂର୍ବତନ ସାଂସଦ ଶ୍ରୀ ମାଝୀ,ବସ୍ତା କଂଗ୍ରେସ ନେତା ବିଜନ ନାୟକ, ଗୋବିନ୍ଦ ପୁଷ୍ଟି, ଜଗନ୍ନାଥ ବିଶ୍ୱାଳ, ସତ୍ୟନାରାୟଣ ଗୁପ୍ତା, ଦେବ କୁମାର ଦେବ,ସୁରଥ ସେଠୀ, ଦୀଲୁ ପାତ୍ର, ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଂଜନ ଦାସ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟ କରିବା ନିମନ୍ତେ ନିବେଦନ କରିଥିଲେ