Odisha news

ଉପ ନିର୍ବାଚନ ପାଇଁ ବାଲେଶ୍ବରରେ ନିର୍ବାଚନୀ ଉଷ୍ଣତାର ପାରଦ ଉପରକୁ ଉଠୁଥିଲା ବେଳେ କଂଗ୍ରେସ ପ୍ରାର୍ଥିନୀ ବାଲେଶ୍ବର ମାଟିର ଝିଅ ମମତା କୁଣ୍ଡୁ ବିଭିନ୍ନ ମୁଦ୍ଦା ନେଇ ଜନତାଙ୍କ ନିକଟତ୍ତର

0
ଉପ ନିର୍ବାଚନ ପାଇଁ ବାଲେଶ୍ବରରେ ନିର୍ବାଚନୀ ଉଷ୍ଣତାର ପାରଦ ଉପରକୁ  ଉଠୁଥିଲା ବେଳେ କଂଗ୍ରେସ ପ୍ରାର୍ଥିନୀ ବାଲେଶ୍ବର ମାଟିର ଝିଅ ମମତା କୁଣ୍ଡୁ ବିଭିନ୍ନ ମୁଦ୍ଦା ନେଇ ଜନତାଙ୍କ ନିକଟତ୍ତର ହେଉଛନ୍ତି । ଆଜି ଅପରାହ୍ନରେ ଭୁଜାଖିଆ ପୀର ଠାରୁ ଏକ ରୋଡ ଶୋ ରେ କଂଗ୍ରେସ କର୍ମୀମାନଙ୍କ ସହିତ ଶ୍ରୀମତୀ ମମତା କୁଣ୍ଡୁ, ଆଦିବାସୀ ନେତା ପ୍ରଦୀପ ମାଝୀ,  ବିଧାୟକ ଭାଲୁ ବାହିନୀପତି, ବିଧାୟକ ଅଧିରାଜ ପାଣିଗ୍ରାହୀ  ସତ୍ୟଶିବ ଦାଶ ପ୍ରଭୃତି ଶ୍ରୀକୋଣାର ଝାମ୍ପୂରା ବଜାର ପହଞ୍ଚି ଶହ ଶହ ସଂଖ୍ୟାରେ ଯୋଗ ଦେଇଥିବା ସ୍ଥାନୀୟ ଜନତାଙ୍କୁ  ବିଜେଡି ବିଜେପି ର ଜନତା ବିରୋଧି ନିତୀ ବିରୋଧରେ ବକ୍ତବ୍ୟ ରଖିଥିଲେ ।
ଏହା ପରେ ପାତ୍ରପଡା ଠାରେ ଏକ ପଥ ପ୍ରାନ୍ତ ସଭାରେ ଯୋଗଦେଇ ଶ୍ରୀମତି କୁଣ୍ଡୁ ବାଲେଶ୍ବର କିପରି ଭାବେ ମଦ ଏବଂ ବ୍ରାଉନସୁଗାର ବିକ୍ରେତାଙ୍କ ଅଭୟାରଣ୍ୟରେ ପରିଣତ ହୋଇଚି ସେ ବିଷୟରେ ଆଲୋକପାତ କରିବା ସହ କଂଗ୍ରେସ ଏଠାରେ ବିଜୟୀ ହେଲେ ନିଶା କାରବାର ଉପରେ ରୋକ୍ ଲାଗିବ ବୋଲି ପ୍ରତିଶୃତି ଦେଇଥିଲେ।
ଏହାପରେ ଶ୍ରୀମତୀ ମମତା କୁଣ୍ଡୁ, ଆଦିବାସୀ ନେତା ପ୍ରଦୀପ ମାଝୀ,  ବିଧାୟକ ଭାଲୁ ବାହିନୀପତି, ବିଧାୟକ ଅଧିରାଜ ପାଣିଗ୍ରାହୀ  ସତ୍ୟଶିବ ଦାଶ ପ୍ରମୁଖ ସିନେମା ବଜାର ରେ ପହଞ୍ଚି ସେଠାରୁ ଶ୍ରୀ ରୁଦ୍ର ରାଜୁ, ବିଧାୟକ ସନ୍ତୋଷ ସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ ଙ୍କ ସମେତ ୫୦୦ରୁ ଉର୍ଦ୍ଧ୍ବ ଯୁବକଙ୍କ ସହିତ ଏକ ରୋଡ ସୋ ରେ ଟାଉନ ଥାନା ପାଖ ଦେଇ ଗୋଳାପୋଖରୀ ନିକଟରେ ପହଞ୍ଚି ସମବେତ ହୋଇଥିବା ଜନତାଙ୍କୁ ବାଲେଶ୍ବର ପ୍ରତି କଂଗ୍ରେସ ର ଅବଦାନ ବିଷୟରେ ବୁଝାଇ ଥିଲେ। ଆସନ୍ତା କାଲି କଂଗ୍ରେସର ବରିଷ୍ଠ ନେତା ବିଧାୟକ ସୁର ରାଉତରାୟ ଙ୍କ ବାଲେଶ୍ବର ଗସ୍ତ ସମ୍ପର୍କୀୟ ସୂଚନା ପାଇବା ପରେ କର୍ମୀ ମାନେ ଉତ୍ସାହିତ  ଅଛନ୍ତି ।
Leave A Reply