Odisha news

ବାଲେଶ୍ୱର ଉପନିର୍ବାଚନ : ୨୫ନଂ ଜୋନରେ ବିଜେଡିର ତୋଫାନୀ ପ୍ରଚାର

0

ବାଲେଶ୍ୱର : ଉପ ନିର୍ବାଚନର ତାରିଖ ଯେତିକି ପାଖେଇ ଆସୁଛି ନିର୍ବାଚନର ଉଷ୍ମତା ସେତିକି ସ୍ପଷ୍ଟ ବାରି ହୋଇ ପଡୁଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ପ୍ରଚାର ସରଗରମ ହୋଇଉଠୁଛି । ବିଜେଡିର ବରିଷ୍ଠ ନେତା ଓ ମନ୍ତ୍ରୀମାନଙ୍କ ସହ ଅଭିନେତା ଅଭିନେତ୍ରୀ ମାନଙ୍କର ଆକର୍ଷଣୀୟ ପ୍ରଚାର ଏକ ଭିନ୍ନ ରାଜନୈତିକ ମାହଲ ସୃଷ୍ଟି କରିଛି ।

ବୁଧବାର ଦିନ ୨୫ନଂ ଜୋନ୍ର ବଇଁଚା,ସିନ୍ଧିଆ,ଗୋପିନାଥପୁର, ଓଲନ୍ଦା ସାରଗାଁ ଏବଂ ଓଡଙ୍ଗି  ପଞ୍ଚାୟତ ସହିତ ୨୬ନଂ ଜୋନ୍ର ପରିଖି ପଞ୍ଚାୟତରେ ବିଜେଡିର ତୋଫାନୀ ପ୍ରଚାର ସହିତ ନିର୍ବାଚନ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଜନସାଧାରଣଙ୍କ ପାଖରେ ସଠିକ ଭାବରେ ପହଁଞ୍ଚାଇବା ପାଇଁ ତଥା ସଦର ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ବିଜେଡି ପ୍ରାର୍ଥୀ ସ୍ୱରୂପ କୁମାର ଦାସଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରାଯାଇଥିଲା ।

ଏହି ସମସ୍ତ କାର୍ଯ୍ୟକ୍ରମରେ ବିଧାୟକ ପ୍ରାର୍ଥୀ ସ୍ୱରୂପ କୁମାର ଦାସ, ଆଇନ ମନ୍ତ୍ରୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ରାଜ୍ୟ ବିଜେଡି ବରିଷ୍ଠ ଉପସଭାପତି ବିଧାୟକ ଦେବୀପ୍ରସାଦ ମିଶ୍ର, ପୂର୍ବତନ ସାଂସଦ ତଥା ଜିଲା ସଭାପତି ରବୀନ୍ଦ୍ର କୁମାର ଜେନା, ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ଚଳଚ୍ଚିତ୍ର ଅଭିନେତା ଅରିନ୍ଦମ ରାୟ, କୁନା ତ୍ରିପାଠୀ, ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ , ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ଉମା ସାମନ୍ତରାୟ,  ବିଧାୟକ ପ୍ରଶାନ୍ତ କୁମାର ଜଗଦେ୍ଦବ, ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ

Leave A Reply