Odisha news

ବିଜେଡ଼ିର ପ୍ରଚାର ଅଭିଯାନ ଯୋରଦାର : ପୌରାଞ୍ଚଳରେ ଖୋଲିଲା ଅଫିସ

0

ବାଲେଶ୍ୱର : ବାଲେଶ୍ୱର ସଦର ବିଧାନସଭା ଆସନ ପାଇଁ ଅନୁଷ୍ଠିତ ହେବାକୁ ଯାଉଥିବା ଉପନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ପକ୍ଷରୁ ପ୍ରଚାର ଅଭିଯାନକୁ ଯୋରଦାର କରାଯାଇଛି । ପୌରାଞ୍ଚଳର ଭୋଟରମାନଙ୍କୁ ଆକର୍ଷିତ କରିବା ପାଇଁ ୱାର୍ଡ ଗୁଡ଼ିକରେ ଅଫିସ ଖୋଲାଯିବା ସହ ୱାର୍ଡସ୍ତରୀୟ କର୍ମୀମାନଙ୍କ ଦ୍ୱାରା ଯୁବ, ମହିଳା ଓ ପୁରୁଷ ମାନଙ୍କର ବିଭିନ୍ନ ବୈଠକ କରି ବିଜୁ ଜନତା ଦଳର ଲୋକାଭିମୁଖୀ କାର୍ଯ୍ୟ ଲୋକମାନଙ୍କ ନିକଟରେ ପହଞ୍ଚାଇବା ସହ ବିଜେଡ଼ି ପ୍ରାର୍ଥୀ ସ୍ୱରୁପ ଦାସଙ୍କୁ ବିଜୟ କରିବା ନିମନ୍ତେ ରଣନୀତି ପ୍ରସ୍ତୁତ କରାଯାଇଛି ।

ରବିବାର ସନ୍ଧ୍ୟା ସମୟରେ ବାଲେଶ୍ୱର ପୌରାଞ୍ଚଳ ଅନ୍ତର୍ଗତ ୮ନମ୍ବର ୱାର୍ଡରେ ପଞ୍ଚାୟତି ରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ବିଜେଡ଼ି ଅଫିସ୍କୁ ଉଦ୍ଘାଟନ କରିବା ସହ ଆଗାମୀ ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାର ପ୍ରଗତି ନିମନ୍ତେ ବାଲେଶ୍ୱରର ବିଜେଡ଼ି ପ୍ରାର୍ଥୀ ସ୍ୱରୁପ କୁମାର ଦାସଙ୍କୁ ବିଜୟ କରିବା ପାଇଁ ନିବେଦନ କରିଥିଲେ । ଏହି ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ସାଂସଦ ଇଂ ରବିନ୍ଦ୍ର କୁମାର ଜେନା,ରାଜ୍ୟ ପର୍ଯ୍ୟବେକ୍ଷକ ଶିଶିର ପରିଜା, ପୂର୍ବତନ କାଉନସିଲର ମନୋଜ କୁମାର ରାଉତ, ୱାର୍ଡ ସଭାପତି ପ୍ରାଣକୃଷ୍ଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply