Odisha news

ବାଲେଶ୍ୱର : ବିଭିନ୍ନସ୍ଥାନରେ କଂଗ୍ରେସ ପକ୍ଷରୁ ମାରାଥନ ପ୍ରଚାର ଓ ପଥପ୍ରାନ୍ତ ସଭା

0

ବାଲେଶ୍ୱର : ବସ୍ତା ଓ ରୂପ୍ସା ଥାନା ଅଧିନରେ ଥିବା ପଞ୍ଚାୟତଗୁଡ଼ିକରେ କଂଗ୍ରେସ ପକ୍ଷରୁ ମାରାଥନ ପ୍ର·ର ଆରମ୍ଭ ହୋଇଯାଇଛି  । ନେତାମାନେ ପୂର୍ବାହ୍ନରେ କଷିପଦା, ରୁପ୍ସା, ଆଙ୍କ  ପଞ୍ଚାୟତରେ ଘରଘର ବୁଲି ଭୋଟରମାନଙ୍କୁ ହାତ ଚିହ୍ନରେ ଭୋଟ ଦେବାପାଇଁ କହିଥିଲେ  । ସେହିପରି ଅପରାହ୍ନ ସମୟରେ ଶ୍ରୀରାମପୁର ଓ ରସୁଲପୁର ପଞ୍ଚାୟତରେ କର୍ମୀ ସମ୍ମିଳନୀ କରାଯିବା ସହ ପ୍ର·ରକାର୍ଯ୍ୟ କରାଯାଇଛି  ।

ଏହି ସମସ୍ତ ପଞ୍ଚାୟତରେ ଆୟୋଜିତ କର୍ମୀ ସମ୍ମିଳନୀ ଓ ପ୍ରଚାର ସଭାରେ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ତାରାପ୍ରସାଦ ବାହିନୀପତି,ବାଲେଶ୍ୱର କଂଗ୍ରେସର ସାଂସଦ ପ୍ରାର୍ଥୀ ନବକଜ୍ୟୋତି ପଟ୍ଟନାୟକଙ୍କ  ସମେତ ସଦର  ବିଧାନସଭା ଉପନିର୍ବାଚନରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀ ମମତା କୁଣ୍ଡୁ , ପିସିସି ମୁଖପାତ୍ର ସୁଦର୍ଶନ ଦାସ, ଭୋଗରାଇର କଂଗ୍ରେସ ନେତା ସତ୍ୟଶିବ ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ ସହ ଅତୀତରେ କଂଗ୍ରେସ ଶାସନ ସମୟରେ ବାଲେଶ୍ୱର ଜିଲ୍ଲାର ବିକାଶ ସମ୍ପର୍କରେ ଲୋକମାନଙ୍କୁ ସୂଚାଇଥିଲେ  ।

ବିଧାୟକ ପ୍ରାର୍ଥୀ ମମତା କୁଣ୍ଡୁ କହିଥିଲେ ଯେ ନାରୀମାନଙ୍କ ବିକାଶ ପାଇଁ ସେ ସବୁବେଳେ ଲଢୁଛନ୍ତି  ଏବଂ ବାଲେଶ୍ୱର ନିର୍ବାଚନମଣ୍ଡଳୀର ବିକାଶ ତାଙ୍କର ଏକମାତ୍ର ଲକ୍ଷ୍ୟ ବୋଲି କହିବା ସହ ହାତ ଚିହ୍ନରେ ଭୋଟ ଦେଇ ନିର୍ବାଚିତ କରିବାକୁ ନିବେଦନ କରିଥିଲେ  । ଏହି ସମସ୍ତ ପଞ୍ଚାୟତର    ସ୍ଥାନୀୟ କଂଗ୍ରେସ ନେତା ଓ କର୍ମୀମାନେ ସମ୍ମିଳନୀ ଓ ପ୍ରଚାର କାର୍ଯ୍ୟରେ ସାମିଲ ଥିଲେ

Leave A Reply