ବାଳକାଟି : ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତା ବ୍ଲକ୍ର କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ଗଠିତ “ବାଲିଅନ୍ତା ପ୍ରେସ୍ କ୍ଲବ୍ ”ପକ୍ଷରୁ ୭୪ ତମ ସ୍ୱାଧିନତା ଦିବସ ପାଳନ କରିବା ସଙ୍ଗେସଙ୍ଗେ ବାଳକାଟି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ବୈଠକ ଗୃହରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପ୍ରେସ୍ କ୍ଲବ୍ର ସମସ୍ତ ସଦସ୍ୟ ପ୍ରତାପଶାସନ କଲେଜ ପଡିଆରେ ଏକତ୍ରିତ ହୋଇ ପତାକା ଉତ୍ତୋଳନ କରିବାସହ ଜାତିୟସଙ୍ଗୀତ ଗାନ କରିଥିଲେ । ପରେ ସାମ୍ପ୍ରତିକ ମହାମାରୀ କରୋନା ଭୂତାଣୁ ରୋଗରେ ପିଡିତ ରୋଗୀଙ୍କ ରକ୍ତର ଆବଶ୍ୟକତା ଦୃଷ୍ଟିରୁ ଏକ ରକ୍ତଦାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ପ୍ରେସ୍ କ୍ଲବ୍ ଏବଂ କମିସନ୍ରେଟ୍ ପୁଲିସ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ମୂଖ୍ୟଅତିଥି ଭାବେ ବ୍ଲକ୍ ଉନ୍ନୟନ ଅଧିକାରୀ ଆଦିକନ୍ଦ ବେହେରା ଉଦଘାଟନ କରିଥିଲେ ।
ଏହି ରକ୍ତଦାନ ଶିବିରରୁ ମୋଟ ୫୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ ଏହି ରକ୍ତକୁ କେନ୍ଦ୍ରିୟ ରେଡ୍କ୍ରସ୍ ବ୍ଲଡ୍ବ୍ୟାଙ୍କ,କଟକ ପକ୍ଷରୁ ସଂଗ୍ରହ କରାଯାଇଥିଲା । ଶେଷରେ କ୍ଲବ୍ର ସଭାପତି ସୋମନାଥ ସ୍ୱାଇଁ , ସାଧାରଣ ସମ୍ପାଦକ ମନୋଜ କୁମାର ମଣ୍ଡଳଙ୍କ ଅଧ୍ୟକ୍ଷତାରେ ସଂଘର ସମସ୍ତ ସଦସ୍ୟମାନଙ୍କୁ ନେଇ ଏକ ସଭାର ଆୟୋଜନ କରାଯାଇ ରକ୍ତଦାତା ମାନଙ୍କୁ ପ୍ରଶଂସା କରାଯିବାସହ ସେମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଏଥିସହ ବାଳକାଟି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମକର୍ତ୍ତା , ବ୍ଲଡ୍ ବ୍ୟାଙ୍କର ସମସ୍ତ କର୍ମକର୍ତ୍ତାଙ୍କୁ ପ୍ରେସ୍ କ୍ଲବ୍ ପକ୍ଷରୁ କୃତଜ୍ଞତା ଜଣାଇଥିଲେ ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ସୁଚିତ୍ରା ଜେନାମଣୀ , ଉକôଳସାମ୍ବାଦିକ ସଂଘର ସଭାପତି ବିଭୂତିଭୂଷଣ କର , ରେଡ୍କ୍ରସର ଯୁଗ୍ମସମ୍ପାଦକ ଲଳିତେନ୍ଦୁ ମହାନ୍ତି(ଏ.ସି.ପି),ବାଲିଅନ୍ତା ଥାନାଧିକାରୀ ପ୍ରଦିପ କୁମାର ରାଉତ୍ , ବାଳକାଟି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ସ୍ୱାସ୍ଥ୍ୟଅଧିକାରୀ ତନ୍ମୟ ତ୍ରିପାଠୀ, ବାଲିପାଟଣା ପ୍ରେସ୍ କ୍ଲବ୍ର ସଭାପତି ଦିଲ୍ଲିପ୍ କୁମାର ଓଝା , ଜିଲ୍ଲାପରିଷଦ ସଭ୍ୟ ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ, ସମାଜସେବୀ ବେଣୁଧର ଭୋଇ , ସ୍ଥାନୀୟ ସରପଞ୍ଚ ଭାଗ୍ୟଧର ନନ୍ଦୀ , ବରିଷ୍ଠ ସାମ୍ବାଦିକ ବଙ୍କିମ୍ ଚନ୍ଦ୍ର ନାୟକ ,ଶିକ୍ଷାବିତ୍ ଡ.ରଜନୀରଞ୍ଜନ ଦାସ , ବିଧୁଭୂଷଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।