Odisha news

ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ

ବୈଶିଙ୍ଗା–୮/୭– ପୋଲିସ ସୂତ୍ରରୁ ପ୍ରକାଶ ବୁଧବାର ବିଳମ୍ବିତ ରାତ୍ରିରେ ୧୮ନଂ ଜାତୀୟ ରାଜପଥରେ ପଦ୍ମନାଭପୁର ଗ୍ରାମ ନିକଟରେ ଅଜଣା ବ୍ୟକ୍ତିର ମୃତ ଶରୀର ପୋଲିସ ଉଦ୍ଧାର କରିଛି। ମିଳିଥିବା ଖବର ଅନୁଯାୟୀ ରଘୁପୁର ପଞ୍ଚାୟତର ପଣସିଆ (ଦିଗାନଗର ସାହି)ବାବୁ ସିଂଙ୍କ ପୁଅ ଚଗୁଲୁ ସିଂ(୩୦) ନିଜ ଭଉଣୀ ଘରକୁ ଯାଇ ଫେରୁଥିବା ବେଳେ ୧୮ ନଂ ଜାତୀୟ ରାଜପଥ ଉପରେ ଥିବା ଟୋଲ ଗେଟଠାରୁ ଅନତି ଦୂରରେ ଏକ ଅଜଣା ଗାଡି ଧକ୍କାରେ ମୃତ ହୋଇଥିବା ଜଣାଯାଇଛି।ସକାଳ ସମୟରେ ଖବର ପାଇ ବୈଶିଙ୍ଗା ପୁଲିସ ମୃତ ଶରୀରକୁ ଆଣି ବ୍ୟବଛେଦ ପାଇଁ ବାରିପଦା ବଡ ମେଡିକାଲକୁ ପଠାଇ ଦିଆଯାଇଛି। ଏହା ବାବଦରେ ବୈଶିଙ୍ଗା ଥାନାରେ ୨୧୦/୨୧ ର ଦୁର୍ଘଟଣା ଜନିତ ମାମଲା ରୁଜୁ କରାଯିବା ସହିତ ୨୭୯ ଓ ୩୦୪ ଧାରାରେ ତଦନ୍ତଭାର ଏଏସଆଇ ହରେନ୍ଦ୍ର ନାଗରୀ ଗ୍ରହଣ କରିଛନ୍ତି।

Comments are closed.