ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ମଣିପୁର ଉପନିର୍ବାଚନ ପ୍ରଚାରପତ୍ର ଉନ୍ମୋଚନ କଲେ
ସୂଚନାଯୋଗ୍ୟ, ମଣିପୁରରେ ୫ଟି ବିଧାନସଭା ଆସନ ପାଇଁ ହେବାକୁଥିବା ଉପ ନିର୍ବାଚନ ପାଇଁ ଦଳର ପ୍ରଚାର ପତ୍ର ଉନ୍ମୋଚନ କରିବା ସହ ଦଳୀୟ ପ୍ରାର୍ଥୀ ଚୟନ ଓ ଅନ୍ୟ କୋର କମିଟି ବୈଠକରେ ଯୋଗ ଦେବାପାଇଁ ଶ୍ରୀଯୁକ୍ତ ପଣ୍ଡା ଆଜିଠାରୁ ଦୁଇ ଦିନିଆ ମଣିପୁର ଗସ୍ତରେ ଅଛନ୍ତି l ଆଜି ମଣିପୁର ବିମାନ ବନ୍ଦରରେ ପହଞ୍ଚିବା ପରେ ଦଳୀୟ ନେତା ଓ କର୍ମୀ ଶ୍ରୀଯୁକ୍ତ ପଣ୍ଡାଙ୍କୁ ଭବ୍ୟ ସ୍ବାଗତ କରିଥିଲେ l