ଟିଡିସିସିର ପୂର୍ବତନ ଚେୟାରମେନ ଏବଂ ୨ ଥର ଅବିଭକ୍ତ ଫୁଲବାଣୀ ଜିଲ୍ଲା ସଭାପତି ଶ୍ରୀ ନିଳାଦ୍ରୀ ଜାନୀଙ୍କ ବିୟୋଗରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଶୋକ
ଭୁବନେଶ୍ୱର,ତା.୦୯/୦୯: ଟିଡିସିସିର ପୂର୍ବତନ ଚେୟାରମେନ୍ ଏବଂ ୨ ଥର ଅବିଭକ୍ତ ଫୁଲବାଣୀ ଜିଲ୍ଲା ବିଜେପି ସଭାପତି ଶ୍ରୀ ନିଳାଦ୍ରୀ ଜାନୀଙ୍କ ବିୟୋଗରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶୋକ ବ୍ୟକ୍ତ କରିବା ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି ।
ଆଜି ପ୍ରାତଃ ସମୟରେ ଶ୍ରୀ ଜାନୀ କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଅନ୍ତର୍ଗତ ନିଜ ପୈତୃକ ଗ୍ରାମ ଦଳପଡାଠାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବିଜେପି ପ୍ରତିଷ୍ଠା ହେବା ଦିନଠାରୁ ସ୍ୱର୍ଗତଃ ଜାନୀ ପାର୍ଟୀର ଶୃଙ୍ଖଳିତ ସଦସ୍ୟ ଭାବେ କାର୍ଯ୍ୟ କରିଆସୁଥିଲେ । ସ୍ୱର୍ଗତଃ ଜାନୀଙ୍କ ନିଧନରେ ରାଜ୍ୟ ଏବଂ ପାର୍ଟୀ ଜଣେ ଦକ୍ଷ ସଂଗଠକ ଏବଂ ରାଜନୀତିଜ୍ଞଙ୍କୁ ହରାଇଲା ବୋଲି କହିବା ସହ ଦୁଃଖ ପ୍ରକାଶ କରି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶୋକସନ୍ତପ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନା କରିଛନ୍ତି ।