କୋଦଳା  ( ସୁଶାନ୍ତ କୁମାର ପଟ୍ଟନାୟକ) : ଡିଜିଟାଲ ଇଣ୍ଡିଆର ନାରା ଦେଉଥିବା ଏବଂ ବ୍ଯାକିଂଗଂ ସେବା କ୍ଷେତ୍ରରେ ଦୁଇପାଦ ଆଗକୁ ଯାଇଥିବା ନେଇ ଡିଣ୍ଡିମ ପିଟୁଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ କୋଦଳା ଶାଖା ଏବେ ଅବ୍ଯବସ୍ଥା ଘେରରେ ଗତି କରୁଛି। ପୂର୍ବରୁ ବାରମ୍ବାର ଏହି ଶାଖାରେ ଗ୍ରାହକ ମାନେ କର୍ମଚାରୀଙ୍କ ଦ୍ବାରା ଦୁବ୍ଯହାରର ଶିକାର ହେଉଥିବା ନେଇ ଅଭିଯୋଗ ଆସିଥିଲା। ଏବେ ବ୍ଯାକଂର ବିଭିନ୍ନ ଉନ୍ନତମାନର ସେବା ଠପ୍ ହୋଇଯିବା ଯୋଗୁଁ ଗ୍ରାହକଙ୍କ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସୂଚନା ଅନୁସାରେ ଏହି ଶାଖା ଅଧିନରେ କେତେ ଗୁଡିଏ ଛୋଟ ବଡ଼ ଶାଖା ମଧ୍ୟ କାର୍ଯ୍ୟ କରିଥାନ୍ତି।  ବେରୁଆଁବାଡି, ଫାଶୀ, ବେଗୁନିଆପଡ଼ା, ଖଲ୍ଲିିକୋଟ, କେଶପୁର, ଲଙ୍ଗଳେଶ୍ଵର ଭଳି ଶାଖା ଗୁଡିକ କୋଦଳା ଶାଖା ଉପରେ ନିର୍ଭର କରିଥାନ୍ତି।
ତେବେ ଏହି ଶାଖାରେ ଏବେ ସ୍ବାଇପ୍ ମେସିନ କାମ ନ କରିବାରୁ ଏହି ସେବା ଠପ୍ ହୋଇଯାଇଛି।ଏହା ସହିତ ପାସବୁକ ପ୍ରିଣ୍ଟ ସହ ଋଣ ପ୍ରଦାନ କାରବାର ନେଇ ଗ୍ରାହକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ହେଲା ବ୍ୟାଙ୍କରେ ଆଧାର କାର୍ଡ ଲିଙ୍କ କରିବା କିମ୍ବା କେୱାଇସି ପ୍ରଦାନ କରିବାକୁ ଗଲେ ଲାଇନରେ ଛିଡା ହୋଇ ସମୟ ଚାଲିଯାଉଛି ,ତାପରେ ମଧ୍ୟ ବାରମ୍ବାର ବ୍ୟାଙ୍କକୁ ଯିବାକୁ ପଡୁଛି,  ଅନ୍ୟପଟେ ବ୍ଯାକଂ ପାଖରେ ଏଟିଏମ ମେସିନ ଓ ଟକାଂ ଡିପୋଜିଟ୍ ମେସିନ ଦୁଇ ଦୁଇଟି ଥିବା ବେଳେ ତାହା ମଧ୍ୟ ଅଧିକାଂଶ ସମୟରେ କାମରେ ଆସୁନି।
ଯେକୌଣସି ସମୟରେ ବନ୍ଧୁ ପରିଜନ ବ୍ଯକ୍ତି ନିକଟକୁ ତୁରନ୍ତ ଟକାଂ ପଠାଇବା ପାଇଁ ସ୍ବାଇପ୍ ମେସିନ୍ ଓ ଟକାଂ ଡିପୋଜିଟ୍ ମେସିନର ଆବଶ୍ୟକ ପଡୁଥିବା ବେଳେ କୋଦଳା ପରି ଏକ ଗୁରୁତ୍ୱପୂର୍ଣ୍ଣ ଶାଖାରେ ଏହି ବ୍ଯବସ୍ଥା ଅଚଳାବସ୍ଥା ହେବାକୁ ନେଇ ଷ୍ଟେଟ ବ୍ୟାଙ୍କ ଗ୍ରାହକ ମାନେ ଅସନ୍ତୋଷ ବ୍ଯକ୍ତ କରିଥିବା ବେଳେ ଏନେଇ ଉଚ୍ଚ ପଦସ୍ଥ ଅଧିକାରୀ କାହିଁକି ପଦକ୍ଷେପ ନେଉ ନାହାନ୍ତି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଗ୍ରାମାଞ୍ଚଳର ସାଧାରଣ ଲୋକଙ୍କ ଏହି ବ୍ଯାକଂରେ ବହୁତ ଭିଡ଼ ପରିଲକ୍ଷିତ ହେଉଥିବା ବେଳେ ଏଠାକାର କର୍ମଚାରୀ ମାନଙ୍କ ବ୍ଯବହାରରେ ଅତିଷ୍ଟ ହୋଇ ବ୍ଯାକଂ ପ୍ରତି ଆସ୍ଥା ହରାଇ ବସିଲେଣି। ଏନେଇ ବାରମ୍ବାର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ପରିଚାଳକଙ୍କୁ ମେଲ୍ ଯୋଗେ ଅଭିଯୋଗ କଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନାହି । ତୁରନ୍ତ ଏଥିପ୍ରତି ଦୃଷ୍ଟି ଆକର୍ଷଣ ନ କଲେ କୋଦଳା ଷ୍ଟେଟ ବ୍ୟାଙ୍କକୁ ନେଇ ଏକ ଜନ ଆନ୍ଦୋଳନ ହେବ ବୋଲି ସ୍ଥାନୀୟ ସାମ୍ବାଦିକ ଓ ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି।
ରିପୋର୍ଟ : ସୁଶାନ୍ତ କୁମାର ପଟ୍ଟନାୟକ ।

LEAVE A REPLY

Please enter your comment!
Please enter your name here