ଭୁବନେଶ୍ୱର ୩୧/୧୨ ଚନ୍ଦ୍ରଶେଖରପୁର ଅନ୍ତର୍ଗତ ଶୈଳଶ୍ରୀ ବିହାର ଦୁର୍ଗାପୂଜା ପଡିଆରେ ୩ ଦିନ ଧରି ଚାଲିଥିବା ଶୈଳଶ୍ରୀ ବିହାର ବ୍ୟାଡ୍ମିଂଟନ ପ୍ରିମିୟର ଲିଗ୍ ଉଦ୍ୟାପିତ ହୋଇଯାଇଛି । ଉଦ୍ୟାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ବିଜୟୀ ଜୁନିୟର ଓ ସିନିୟର ଦଳକୁ ଟ୍ରଫି ସହିତ ଅର୍ଥରାଶି ପ୍ରଦାନ କରିଥିଲେ ।
ସମ୍ମାନୀତ ଅତିଥି ଭାବେ ଓଡିଶା ବରିଷ୍ଠ ନାଗରିକ ମଂଚର ସଭାପତି ତଥା ବରିଷ୍ଠ ଆଇନଜୀବି ମଧୁମାଧବ ଜେନା, ଆଇନଜୀବି ସମରେନ୍ଦ୍ର ସାହୁ, ସମାଜସେବୀ ଇଂ ଦିଲ୍ଲୀପ କୁମାର ସାହୁ, ସୁରେଶ ରଥ, ନରେନ୍ଦ୍ର କୁମାର ମହାପାତ୍ର, ପ୍ରଦିପ କୁମାର ଦ୍ୱିବେଦୀ, ଯୁବଦନେତା ନରେଶ ପାତ୍ର, ବିନୋଦ ନାୟକ, ବବି ଦାସ, କୈବଲ୍ୟ ପରିଡା, ସୁରେନ୍ଦ୍ର ସ୍ୱାଇଁ, ସ୍ୱର୍ଣ୍ଣପ୍ରଭା ରାୟ ଓ ଦେବାଶିଷ ପ୍ରମୁଖ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ।
ଯୁବ ସଂଗଠକ ତଥା ସମାଜସେବୀ ସୁଶିଲ କୁମାର ପଣ୍ଡାଙ୍କ ନେତୃତ୍ୱରେ ଶୈଳଶ୍ରୀ ବିହାର ଆବାସିକ ସଂଘ, ଶୈଳଶ୍ରୀ ବିହାର ବ୍ୟାଡ୍ମିଂଟନ ଆସୋସିଏସନ୍ର ମିଳିତ ସହଯୋଗରେ ତିନିଦିନ ଧରି ଚାଲିଥିବା ଏହି ବ୍ୟାଡ୍ମିଂଟନ ଟୁର୍ଣ୍ଣାମେଣ୍ଟରେ ସ୍ଥାନୀୟ ଅଂଚରର ୧୬ ଟି ବଛାବଛା ସିନିୟର ଟିମ୍ ଓ ୮ଟି ଜୁନିୟର ଟିମ୍ ଭାଗ ନେଇଥିଲେ । ଫାଇନାଲ ଖେଳ ବହୁତ ଚିତ୍ତାକର୍ଷକ ହୋଇଥିଲା । ସ୍ଥାନୀୟ ଅଂଚଳର ବହୁ କ୍ରିଡାପ୍ରେମୀ ଉପସ୍ଥିତ ରହି ଖେଳକୁ ଉପଭୋଗ କରିଥିଲେ ।