Odisha news

ବଡଚଣାରୁ ପୁଣି ୧୧ ନୂଆ ଆକ୍ରାନ୍ତ ଚିହ୍ନଟ

0

ଉଦୟଗିରି :  ବଡଚଣାରୁ ପୁଣି ୧୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ସଙ୍ଗରୋଧ କେନ୍ଦ୍ରରୁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏହି ବ୍ଲକ ଗୋପାଳ ପୁର ପଞ୍ଚାୟତ କଳ୍ପନାଦେବୀ ବିଦ୍ୟାନିକେତନ ସଙ୍ଗରୋଧ କେନ୍ଦ୍ରରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲକ୍ଷ୍ମୀନାରାୟଣ ବିଦ୍ୟାପୀଠର ସଙ୍ଗରୋଧ କେନ୍ଦ୍ରରୁ ୪ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ମାନେ ଦିଲ୍ଲି ଓ ହରିୟାନା ଫେରନ୍ତା ବୋଲି ଜଣାପଡିଛି । ସେହିପରି ଏହି ବ୍ଲକର କୋଲଣଗିରି ପଞ୍ଚାୟତ ହଳଧରପୁର ସ୍ଥିତ କେ.ଏଚ.ବି ଉଚ୍ଚବିଦ୍ୟାଳୟ ଠାରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରୁ ମଧ୍ୟ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଆକ୍ରାନ୍ତ ନିକଟରେ ଦିଲ୍ଲିରୁ ପେରିଥିଲେ ।

ସେହିପରି କୁନ୍ଦଳ ପଞ୍ଚାୟତର ମଲିହାଶୁଣି ଉଚ୍ଚବିଦ୍ୟାଳୟର ସଙ୍ଗରୋଧ କେନ୍ଦ୍ରରୁ ୩ ଆକ୍ରାନ୍ତ ଚିହ୍ନ ହୋଇଛନ୍ତି । ତିନି ଆକ୍ରାନ୍ତ ଦିଲ୍ଲି , ମୁମ୍ବାଇ ଓ ହରିୟାଣା ପେରନ୍ତା ବୋଲି ସୂଚନା ମିଳିଛିା ତେବେ ୧୧ ଜଣ ଆକ୍ରାନ୍ତ ଙ୍କ ମଧ୍ୟରୁ ଜଣେ ଧର୍ମଶାଳା ବ୍ଲକର ହୋଇଥିବା ବେଳେ ସେ କୁନ୍ଦଲ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ଗୋଟିଏ ପଟେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ଏବେ ସ୍ଥାନୀୟ ହାଟ ବଜାର ଗୁଡିକରେ ଲୋକମାନେ କୋଭିଡ-୧୯ର ନିର୍ଦେଶାନାମା ମାନୁନଥିବା ଦେଖିବାକୁ ମିଳୁଛି । କେଉଁଠାରେ ବି ସାମାଜିକ ଦୂରତା ରହୁନାହିଁ ।ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Leave A Reply