ଚଣ୍ଡିଖୋଲ : -ଯାଜପୁର ଜିଲ୍ଲା ବଡଚଣା ବ୍ଳକ ବିଭିନ୍ନ ଦୁର୍ନୀତୀରେ ଚରମ ସୀମାରେ ପହଂଚିଥିଲା ବେଳେ କରୋନା ସୁଯୋଗ ନେଇ ସରକାରୀ ଯୋଜନା ହେଉଛି ବାଟବଣା । ଏହି ବ୍ଳକ ଅନ୍ତର୍ଗତ କେତେକ ସରପଂଚ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜରିଆରେ ବିଭିନ୍ନ ଯୋଜନାକୁ କାର୍ଯ୍ୟ ନକରି ଅର୍ଥ ଆତ୍ମସାତ ପାଇଁ ଯୋଜନା କରିଚାଲିଛନ୍ତି । ଏହି ହରିଲୁଟକୁ ପ୍ରତ୍ୟକ୍ଷ ଭାବେ ପ୍ରୋତ୍ସାହନ ଯୋଗାଇ ଆସୁଛନ୍ତି ବ୍ଳକର ବିଡିଓଙ୍କ ଠାରୁ ଆରମ୍ଭ କରି ତଳିଆ କର୍ମଚାରୀ ମାନେ । ସରକାର ଓ ରାଜ୍ୟ ସରକାରଙ୍କ ଚତୁର୍ଦ୍ଦଶ ଅର୍ଥ କମିଶନର ଅଟକଳକୁ ପୋଖରୀ ପୁନରୁଦ୍ଧାର ନାମରେ ଯୋଜନା ପ୍ରସ୍ତୁତ କରାଯାଇ କାର୍ଯ୍ୟ କରାଯାଉଅଛି । ଜୁନ ମାସରେ ବର୍ଷା ପାଇଁ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ବନ୍ଦପାଇଁ ସରକାରୀ ନିୟମ ଥିବା ସତ୍ୱେ ଏହାକୁ ଅବମାନନା କରି ଚାଲଛି ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ।
ଏହି ବ୍ଳକ ଅନ୍ତର୍ଗତ ଭୁଷଣ୍ଡପୁର ପଂଚୟାତର ମହାଖଳା ଗ୍ରାମ ପହଁରାଗାଡିଆ ପୋଖରୀ ପୁନରୁଦ୍ଦାର ପାଇଁ ପଂଚାୟତ କା୍ର୍ୟ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମଲିକଙ୍କ ନାମରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ଜୁନ ମାସ ୭ତାରିଖ କାର୍ଯ୍ୟାରମ୍ଭ ପାଇଁ ତହବିଲରୁ ଦର୍ଶାଯାଇ ସଂପୃକ୍ତ ପୋଖରୀ ଜଳମୟ ହୋଇଥିବାରୁ ପୋଖରୀ ଉପରିଭା୍ଗରେ ଥିବା ବନ୍ଧକୁ କାଟି ସଂପ୍ରସାରଣ କରାଯାଉଛି । ଏଥି ନିମନ୍ତେ ଚତୁର୍ଦ୍ଧଶ ଅର୍ଥ କମିଶନଙ୍କ ୨୦୧୮/୧୯ ଓ ୨୦୧୯-୨୦ ଆର୍ଥୀକ ବର୍ଷର ୮ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି । କାର୍ଯ୍ୟ ଆରମ୍ଭ ପୁର୍ବରୁ ସୂଚନା ଫଳକ ଲଗାଯିବାର ନିୟମ ଥିଲା ବେଳେ ସେଠାରେ କୌଣସି ଫଳକ ଲଗା ନଯାଇ ଏଭଳୀ କାର୍ଯ୍ୟ କରାଯାଉଥିବାରୁ ଗ୍ରାମବାସୀ ଏହାର ପ୍ରତିାଦ କରିଛନ୍ତି । ଅନ୍ୟପଟେ ଖରା ଓ ଶୁଖୀଲା ପାଗ ଥିବା ସମୟରେ ପୋଖରୀ ମଧ୍ୟରୁ ପଙ୍କ ଓ ଦଳ ପୁନଃ ରୁଦ୍ଧାର କରା ନଯା୍ଇ ପୂର୍ବରୁ ଥିବା ବନ୍ଧକୁ କାଟି ମେସିନ ଦ୍ୱାରା କେବଳ ସଂପ୍ରସାରଣ କରାଯାଉଛି । ପୋଖରୀର ୍ଗାଧୁଆ ତୁଠ ପାଇଁ ରଡ ଓ ସିମେଂଟ କଂକ୍ରିଟ ଦ୍ୱାରା ନିର୍ମାଣ ପାଇଁ ଆକଳନ ଥିଲା ବେଳେ ସିମେଂଟ ଇଟା ଦ୍ୱାରା ଏହାକୁ ନିର୍ମାଣ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି ।
ଏ ସଂପର୍କରେ କାର୍ଯ୍ୟ ନିର୍ବହୀ ଅଧିକାରୀ ଶ୍ରୀ ମଲିକଙ୍କୁ ପଚାରିବାରୁ ସେ ଇତସ୍ତତଃ ହୋଇ କହିଥିଲେ କି ଏହି କାମ ପୂର୍ବରୁ ହେବା କଥା କାର୍ଯ୍ୟ ବିଳମ୍ବ ହୋଇଥରବାରୁ ଆମ୍ଭେ ପୋଖରୀ ଖନନ ନକରି ବନ୍ଧକୁ ପ୍ରଶସ୍ତିକରଣ କରିବା ସହ ଗାଧୁଆତୁଠ ନିର୍ମାଣ କରୁଅଛୁ । ଆକଳନ ଅନୁଯାୟୀ ଯାହା କାର୍ଯ୍ୟ ହେବ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ଏହାକୁ ଦେଖି ବିଲ କରିବେ । ପୂର୍ବରୁ ମଧ୍ୟ ୨୦୧୭-୧୮ଆର୍ଥୀକ ବର୍ଷରେ ଚତୁର୍ଦ୍ଦଶ ଅର୍ଥ କମିଶନର ଟଙ୍କାରେ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ନାମରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇ କାମ ନକରି ଟଙ୍କା ଆତ୍ମସାତ କରାଯାଇଛି । ଗ୍ରାମର ପୀତବାସ ସେଠୀ, ପବିତ୍ର ରାଉତ ଓ ଅନ୍ୟ କିଛି ଗ୍ରାମବାସୀ ଏଥିନେଇ ଜିଲ୍ା ପ୍ରକଳ୍ପ ଅଧିକାରୀ ଓ ଜିିଲ୍ଲାପାଳଙ୍କ ଦୃଷ୍ଟି ଗୋଚରାର୍ଥେ ଅଭିଯୋଗ ପ୍ରଦାନ କରିଛନ୍ତି ବୋଲି ସୂଚନା ଦେଇଛନ୍ତି । ସୂଚନା ଥାଉ କି ଶ୍ରୀ ମଲିକ ୩ ଗୋଟି ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦାୟିତ୍ୱ ନିର୍ବାହ କରି ଏହିଭଳି ଅନେକ ଦୁର୍ନୀତି ମୂଳକ ।କର୍ଯ୍ୟ କରିବା ସହ ଏହାକୁ ପ୍ରୋତ୍ସାହନ ଦେଉଥିବାରୁ ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟ ଦେବାକୁ ସାଧାରଣରେ ଦାବୀ ହେଉଛି ।