ଗଜପତି (ପାରଳାଖେମୁଣ୍ଡି) ଗରୁଡ଼ ଧ୍ୱଜ ଚୌଧୁରୀ : ଆଜିଠାରୁ ତିନିଦିନ ଧରି ସଟଡାଉନ, ଅତି ଜରୁରୀ ନହେଲେ *ବାହାରକୁ* ବାହାରିବା ମନା, ପାରଳାଖେମୁଣ୍ଡି ସହର ସମେତ ଗୋଷାଣି ଓ ଗୁମ୍ମା ସମ୍ପୂର୍ଣ୍ଣ ଦୁଇଟି ବ୍ଳକ ଏବଂକାଶୀନଗର ବ୍ଲକର ରାଣିପେଣ୍ଠ ପଞ୍ଚାୟତକୁ ସଟଡାଉନ ଘୋଷଣା କରିଛି ପ୍ରଶାସନ।
ଏନେଇ ପୂର୍ବରୁ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଅହେତୁକ ଭାବେ ବଢ଼ିଚାଲିଛି। ଯାହାକୁ ଦୃଷ୍ଟିରେ ରଖି ସଟଡାଉନ ନିଷ୍ପତ୍ତି ନେଇଛି ପ୍ରଶାସନ। କ୍ଷୀର ଓ ଔଷଧ ଛଡ଼ା ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି।
ଅତ୍ୟନ୍ତ ଜରୁରୀ ଆବଶ୍ୟକ ନ ହେଲେ ଘରୁ ବାହାରକୁ ନ ବାହାରିବା ପାଇଁ ବାରଣ କରାଯାଇଛି। ପୋଲିସ ପ୍ରଶାସନ ଏହାକୁ କଡାକଡି ଭାବରେ ପାଳନ କରିବା ପାଇଁ ବିଭିନ୍ନ ସ୍ଥାନରେ ମୁତୟନ ରହିଛନ୍ତି। ଜିଲ୍ଲା ପ୍ରଶାସନର ନିଷ୍ପିକୁ ଜିଲ୍ଲାବାସୀ ସମର୍ଥନ କରିବା ସହ ସହଯୋଗ କରୁଥିବା କହିଛନ୍ତି ଲୋକେ। ଏହି ସୋଟଡାଉନ ଚାଲିଥିବା ମଧ୍ୟରେ ସ୍ବାସ୍ଥ୍ୟ ବିଭାଗର ଟିମ୍ ଘର ଘର ବୁଲି ଜର, ଖାସ, ଥଣ୍ଡା ନେଇ ପରୀକ୍ଷା ମଧ୍ୟ ଆରମ୍ଭ କରି ଦେଇଛନ୍ତି l