Odisha news

ବିଧାୟକଙ୍କ ନାମାଙ୍କନ ଶୋଭାଯାତ୍ରାରେ ଅଘଟଣ : ଚଢ଼ିଗଲା ଟ୍ରକ ୩ ଆହତ ୧ ଗୁରୁତର

0
ବଡ଼ମ୍ବା ୩୦/୦୪- ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ନାମାଙ୍କନ ଦାଖଲ ପାଇଁ ଶୋଭାଯାତ୍ରା ଚାଲିଥିବା ବେଳେ ଅଘଟଣ ଘଟିଯାଇଛି | ବଡ଼ମ୍ବା ଗାନ୍ଧିଛକ ଗାନ୍ଧୀମୂର୍ତ୍ତି ନିକଟରେ ବିଧାୟକ ଶ୍ରୀ ମିଶ୍ର ଏବଂ ତାଙ୍କ ସମର୍ଥକ ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ | ଏହି ସମୟରେ କଟକ ନରସିଂହପୁର ମୂଖ୍ୟ ରାଜ୍ୟ ରାଜପଥ ଉଭୟ ପାର୍ଶ୍ୱ ସମ୍ପୂର୍ଣ ରୂପେ ଜାମ ହୋଇଯାଇଥିଲା | ବିଧାୟକ ଏହି ସମୟରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ନିଜ କର୍ମୀ ତଥା ଜନସାଧାରଣଙ୍କୁ ଉଦବୋଧନ ଦେଉଥିବା ସମୟରେ ନରସିଂହପୁର ଅଭିମୁଖେ ଯାଉଥିବା ଏକ ମାଲ ବୋଝଇ ଟ୍ରକ ନଂ ଓଡି.୦୫ଏ.ଏମ ୧୨୭୦ ଟିରେ ଯାନ୍ତ୍ରିକ ତୃଟି ଉପୁଜିବାରୁ ଏହା ଆଗକୁ ଗଡ଼ି ଯାଇ ୪ ଗୋଟି ମଟରସାଇକେଲ ଉପରେ ମାଡ଼ିଯିବା ସହ ୩ ଜଣ ମଟରସାଇକେଲ ଆରୋହୀ ଆହତ ହୋଇଥିଲେ | ଆହତ ବ୍ୟକ୍ତିମାନେ ବଡ଼ମ୍ବାର ଆଲୋକ ନାୟକ, ନରସିଂହପୁର ବ୍ଳକ ନୁଖାପଡ଼ା ଗ୍ରାମର ରତି ରଞ୍ଜନ ବେହେରା ଏବଂ ବାଙ୍କୀ କଳାପଥର ଅଞ୍ଚଳର ଜୟନ୍ତ ପାଣିଗ୍ରାହୀ | ଆହତ ମାନଙ୍କୁ ପ୍ରଥମେ ବଡ଼ମ୍ବା ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ସହ ଆଲୋକ ନାୟକ ଏବଂ ରତିରଞ୍ଜନ ବେହେରା ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା କାରଣରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ସୂଚନା ମିଳିଛି | ଘଟଣା ସ୍ଥଳରେ ମାତ୍ରାଧିକ ସମୟ ଧରି ଭିଡ଼ ଜମି ରହିଥିବା ବେଳେ ଭିଡ଼ ନିୟନ୍ତ୍ରଣ ଦାୟିତ୍ୱରେ ଥିବା କର୍ମଚାରୀ ବିଫଳ ବୋଲି ସ୍ଥାନୀୟ ଜନସାଧାରଣ କ୍ଷୋଭ ପ୍ରକାଶ କରିଛନ୍ତି | ଘଟଣା ସ୍ଥଳରେ ବଡ଼ମ୍ବା ଥାନା ଅଧିକାରୀ ଶିବ ପ୍ରସାଦ ଭଦ୍ର ପହଞ୍ଚି ଟ୍ରକ ସମେତ ମଟରସାଇକେଲ ଗୁଡି଼କୁ ଜବତ ଜବତ କରିଥିବା ସୂଚନା ମିଳିଥିବା ବେଳେ ଟ୍ରକ ଚାଳକ ଜଣଙ୍କ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି |
Leave A Reply