Odisha news

ବଡ଼ମ୍ବାରେ ଅର୍ପଣ ରଥର ଶୁଭାରମ୍ଭ ; ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ସଙ୍ଗ୍ରହ ହେଲା ଅକ୍ଷତ ଓ ଗୁଆ !!

0
ବଡ଼ମ୍ବା ୦୮/୦୧- ଆସନ୍ତା ୧୭ ତାରିଖରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପାଇଁ ବଡ଼ମ୍ବାରେ ଅର୍ପଣ ରଥର ଶୁଭାରମ୍ଭ ହେଵା ସହ ଅକ୍ଷତ ସଙ୍ଗ୍ରହ କାର୍ଯ୍ୟକ୍ରମ ଉଦଘାଟନ ହୋଇଯାଇଛି | ସୋମବାର ବଡ଼ମ୍ବା ରାଜନଅର ପରିସରରେ ଥିବା ଜଗନ୍ନାଥ ମନ୍ଦିର ପରିସରରେ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମାକୁ ସ୍ୱତନ୍ତ୍ର ମଙ୍ଗଳଆଳତୀ ପୂଜାର୍ଚ୍ଚନା କରାଯାଇ ସୁସଜିତ ରଥ ସହକାରେ ବଡ଼ମ୍ବା ନଗର ପରିକ୍ରମା କରାଯାଇଥିଲା | ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମରେ ବଡ଼ମ୍ବା ରାଜାସାହେବ ତ୍ରିବିକ୍ରମ ଚନ୍ଦ୍ର ବୀରବର ମଙ୍ଗରାଜ ମହାପାତ୍ର ଉଦଘାଟକ ରୂପେ ଯୋଗ ଦେଇ ରଥ ପୂଜା କରି ନଗର ପରିକ୍ରମା ପାଇଁ ସଂକେତ ଦେଇଥିଲେ | ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତିଙ୍କ ସମେତ ବହୁ ଜନପ୍ରତିନିଧି ଉପସ୍ଥିତ ଥିଲେ |ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଗାଁ ଓ ପ୍ରତ୍ୟେକଙ୍କ ଘରକୁ ଏହି ସଚେତନତା ବାର୍ତ୍ତା ଦିଆଯିବା ସହ ସବୁ ଘରୁ ଗୁଆ ଏବଂ ଅକ୍ଷତ ସଙ୍ଗ୍ରହ କରାଯାଇ ପୁରୀ ପଠା ଯିବା ନେଇ ସୂଚନା ଦେଇଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରମେଶ କୁମାର ଜେନା | ତତସହିତ ଏହି ଦାୟିତ୍ୱ ସ୍ବେଛାସେବୀ ମାନଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ସ୍ଥାନୀୟ ବ୍ଳକ ପ୍ରଶାସନ ଏକ କମିଟି ଏହାକୁ ତଦାରଖ କରିବାର ଯୋଜନା ମଧ୍ୟ କରାଯାଇଛି |
Nalco
Leave A Reply