Odisha news

ନିରାକାରପୁର ପ୍ରିମିୟର ଲିଗ ଦିବା ରାତ୍ରୀ କ୍ରିକେଟ

0

ନିରାକାରପୁର,୮/୧: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର  ପ୍ରିମିୟର ଲିଗ ଦିବା ରାତ୍ରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି କାର୍ଯ୍ୟ କାରିଣୀ ସଦସ୍ୟ କାଳୁ ଚରଣ ଖଣ୍ଡେଇତରାୟ ଯୋଗ ଦେଇ ଖେଳରେ ଅଂଶ ଗ୍ରହଣ କରିଥିବା ସମସ୍ତ ଖେଳାଳି ଭାଇ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଥିଲେ । ଆଜିର ଏହି ଅନ୍ତିମ ଦିବସର ଖେଳରେ ଛୋଟରାୟପୁର ନିର୍ଦ୍ଧାରିତ 8 ଓଭର ବିଶିଷ୍ଟ ମ୍ୟାଚ ରେ 51 ରନ କରିବାକୁ ସମର୍ଥ ହୋଇଥିଲା ଏବଂ ପ୍ରତିପକ୍ଷ କାଇମାଟିଆ 52 ରନ କରି ମ୍ୟାଚ ବିଜେତା ହୋଇଥିଲା । ଅମୁଲ୍ୟ ସାହୁ ଓ ଦିଲ୍ଲୀପ କୁମାର ଭୋଇ ମ୍ୟାଚ କୁ ପରିଚାଳନା କରିଥିଲେ ।

Ad2
Leave A Reply