Odisha news

ବଡତଣାର ୪ଟି ଜିଲ୍ଲା ପରିଷଦ ଯୋନରେ ବିଜେଡି ପ୍ରାର୍ଥୀଙ୍କ ବିଜୟ : ୩୪ ପଞ୍ଚାୟତରୁ ୧୫ଟିରେ ବିରୋଧୀ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ଆଗୁଆ

0
ଚଣ୍ଡିଖୋଲ, ୨୮/୨ : ତ୍ରିସ୍ଥରୀୟ ପଞ୍ଚାୟତ ନିର୍ବାଚନର ଭୋଟଗଣତି ପରିପେକ୍ଷିରେ ଯାଜପୁର ଜିଲ୍ଲାର ବଡଚଣା ବ୍ଳକର ୩୪ ପଞ୍ଚାୟତକୁ ନେଇ ଗଠିତ ୧୭, ୧୮ ,୧୯ ଓ ୨୦ ନମ୍ବର  ଜିିଲ୍ଲାପରିିଷଦ ଯୋନର ଭୋଟଗଣତି କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛିି । ରାତି ସାଢେ ଆଠଟା ସୁଧା ଗଣତି ଅବ୍ୟାହତ ରହିଥିଲେ ସୁଧା ଗଣତି କାାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି! ସୂୂଚନା ଅନୁଯାୟୀ ସମସ୍ତ ଚାରିଟିଯାକ ଯୋନରେ ବିିଜେଡି ଜିଲା ପରିଷଦ ପ୍ରାର୍ଥୀ ମାନେ ବିଜେପି ପ୍ରାର୍ଥୀଙ୍କ ଠାରୁ ପ୍ରତ୍ୟେକ ୪ ହଜାରରୁ ଉର୍ଦ୍ଧ୍ଵ ଭୋଟରେ ଆଗୁଆ ରହି ବିଜୟୀ ହୋଇଥିବା ଜଣାପଡିଛି! ଏଥିସହ ଏହି ଚାରୋଟି ଜିଲ୍ଲା ପରିଷଦ ଯୋନର ମୋଟ ୩୪ଟି ପଞ୍ଚାୟତରେ ଶାସକ ଓ ବିରୋଧୀ ଦଳ ସମର୍ଥିତ ସମିତିସଭ୍ୟ ଓ ସରପଞ୍ଚ ପ୍ରାର୍ଥୀଙ୍କ ମଧ୍ୟରେ କଡା ମୁକାବିଲା ହୋଇଛି ! ସର୍ବଶେଷ ତଥ୍ୟ ଅନୁଯାୟୀ ଗଣତି ହେଉଥିବା ଏହି ୩୪ଟି ପଞ୍ଚାୟତ ମଧ୍ୟରୁ ବଡଚଣାର ଅରଖପୁର,କୁନ୍ଦଳ,ଛତିଆ,ଚମ୍ପାପୁର, ସୁଙ୍ଗୁଡା,ଗୋପାଳପୁର ସମେତ ୧୫ଟି ପଞ୍ଚାୟତରେ ବିଧାୟକଙ୍କ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀମାନେ ପରାଜିତ ହୋଇଥିବା ବିରୋଧୀ ଦାବି କରିଛନ୍ତି! ଘୋଷଣା ଅନୁଯାଇ ବିରୋଧିମାନେ ଆଗୁଆ ଥିବା ଏହି ୧୫ ପଞ୍ଚାୟତ ମଧ୍ୟରୁ ୧୪ଟି ସ୍ଥାନରେ ସରପଞ୍ଚ ଓ ୧୫ଟି ସ୍ଥାନରେ ସମିତିସଭ୍ୟ ବିରୋଧି ପ୍ରାର୍ଥୀ ମାନେ ବିଜୟୀ ହୋଇଥିବା ଦାବି କରିଛନ୍ତି! ଉକ୍ତ ବ୍ଳକରେ ମୋଟ ୫ଟି ଜିଲ୍ଲା ପରିଷଦ ଯୋନ ଓ ୪୩ ପଞ୍ଚାୟତ ପାଇଁ ଭୋଟ ଗ୍ରହଣ ହୋଇଛି! ଗତ ୨୬ ତାରିଖରେ ଗୋଟିଏ ଯୋନର ଗଣତି ହୋଇଥିଲା ବ୍ଳକରେ ମୋଟ  ୪୩ ପଞ୍ଚାୟତ ମଧ୍ୟରୁ କେବଳ ଧାନମଣ୍ଡଳ ପଞ୍ଚାୟତ ରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ଅକାଳ ମୃତ୍ୟୁ ହେବାରୁ ସେଠାରେ ସରପଞ୍ଚ ଙ୍କ ପାଇଁ ମତଦାନ ହୋଇନାହିଁ!ତେବେ ସେଠାରେ ଜିଲ୍ଲା ପରିଷଦ, ସମିତିସଭ୍ୟ ଓ ଉଆଡ ମେମ୍ବର ପଦବୀ ପାଇଁ ମତଦାନ ସମ୍ପୂର୍ଣ୍ଣ ହୋଇଛି !
Leave A Reply